STORYMIRROR

Anuja Behera

Action Classics Inspirational

3  

Anuja Behera

Action Classics Inspirational

ଶୁଭ ସକାଳ

ଶୁଭ ସକାଳ

1 min
586


ଶୀତଳ ପାହାନ୍ତି ସ୍ୱଳ୍ପ ଆଲୋକରେ 

ଫସର ଯେବେ ଫାଟଇ

ପ୍ରତି ଜୀବନର ଚଳାପଥପରେ

ନୂତନ ସକାଳ ଭେଟଇ  ।।


ଗିରି ଉହାଡର ସେପାଖରୁ ରବି

ନିଦ୍ରାରୁ ଯେବେ ଉଠେ

ପହିଲି ପ୍ରଭାତେ ହିତତାପ ବିଞ୍ଛେ

ସୃଷ୍ଟିର ଯମୁନା ତୁଠେ  ।।


ସୁବର୍ଣ୍ଣ ସୁବାଷେ ଶାନ୍ତ ପରିବେଶେ

ପ୍ରକୃତି ଯେବେ ହସେ

ବନ ଉପବନ ଗୋଧୂଳି ଭୂବନ

ମଧୁ ମଧୁ ଭାରି ବାସେ  ।।


ପୃଥିବୀ ଜୀବନ ସବୁଜ କାନନ

ମେଲେ ପାରିଜାତ ପସରା

ପାଇ ସକାଳର ଶୀତଳ ପରଶ

ହୁଏ ଆନନ୍ଦିତ ଧରା  ।।


ସୁନ୍ଦର ସକାଳ ଶୁଭ ହେଉ ବେଳ

ଜଣାଏ ମୁ ଅଭି ଅଭିନନ୍ଦନ

ପ୍ରକୃତି ପାଖରେ ଏତକ ମିନତୀ

ନ ତୁଟୁ ଏ ବନ୍ଧୁ ବନ୍ଧନ  ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action