STORYMIRROR

Prashanta Padhan

Romance

2  

Prashanta Padhan

Romance

ଶୁଭ ପରିଣୟ

ଶୁଭ ପରିଣୟ

1 min
362

ଏଇ ଫଗୁଣରେ ଶୁଭ ପରିଣୟ

ଜାତକ ସରିଛି ଦେଖା

ଦୁଇଟି ହୃଦୟ ହେବେ ଏକାକାର

ଏ ତ ବିଧାତାର ଲେଖା


ଦେବ ନିମନ୍ତ୍ରଣ ତାପରେ ମଙ୍ଗନ

ଶୁଭିବ  ମହୁରୀ ସୁର

କୁଆଁରୀରୁ ତୁମେ ହେବ କୂଳବଧୁ

ପିନ୍ଧିଲା ପରେ ସିନ୍ଦୂର 


ଯୋଡିବ ସମ୍ପର୍କ କୁଶର ଗଣ୍ଠିରେ

ପ୍ରଜାପତି   ଘଟସୂତ୍ର

ଦୁଇଟି ଗୋତ୍ରର ଅପୂର୍ବ ମିଳନ

ସାକ୍ଷୀଥିବ ବେଦମନ୍ତ୍ର 


ଅଗ୍ନିର କୁଣ୍ଡରେ ସାତ ଆଞ୍ଜୁଳାରେ

ଢାଳିଦେଲା ପରେ ଖଇ

ଚାଲିବା ସାଥିରେ ବେଦୀରୁ ସମାଧି

ଯେମିତି ସାଗର ନଈ


ଅତୁଟ  ବନ୍ଧନ ଆମ  ଏ ମିଳନ

ରହିଥିବ   ଯୁଗଯୁଗ

ତୁମରି ପାଦରେ ବାଟ ମୁଁ ଚାଲିବି

ବଦଳିବ ଏବେ ଭାଗ୍ୟ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance