ଶୁଭ ଦୀପାବଳି
ଶୁଭ ଦୀପାବଳି
ଶୁଭ ଦୀପାବଳି ଆଲୋକର ପର୍ବ
ସଭିଙ୍କୁ ଜଣାଏ ଶୁଭକାମନା,
ସୁଖ,ଶାନ୍ତି,ସମୃଦ୍ଧି ଜୀବନେ ମିଳୁ
ସମସ୍ତଙ୍କ ପୁରୁ ମନୋକାମନା ।
ପ୍ରତି ହୃଦୟରୁ ଅନ୍ଧକାର ହରି
ଜଳାଅ ମଣିଷ ପଣିଆ ଦୀପ,
ଲୋପପାଇ ଯାଉ ଅଧର୍ମ, ଅସତ୍ୟ
ହିଂସା, ଦ୍ୱେଷ, ଈର୍ଷା ସକଳ ପାପ ।
ସଳିତାଟି ଜଳି ଆଲୋକ ଦେଖାଏ
ପରୋପକାର ର ଶିକ୍ଷା ଟି ଦିଏ,
ଦୀପ ର ଆଲୋକ ଉଜ୍ଜ୍ୱଳତାସହ
ହୃଦେ ଭରୁ ସଦ୍ ଭାବନା ଟିଏ ।
ପରିବର୍ତ୍ତନ ଶୀଳ ଦୁନିଆ ରୀତି
ତଥାପି ରହିବ ସ୍ଥିର ସଂସ୍କୃତି,
ଅନ୍ଧବିଶ୍ୱାସ ଓ ଅଜ୍ଞାନ ହଟିଲେ
ସଂସ୍କାର ପଥରେ ମିଳେ ପ୍ରଗତି ।
ଲକ୍ଷ ଲକ୍ଷ ଟଙ୍କା ବାଣ ହୋଇ ଫୁଟେ
କାହା ଘରେ ହେଉଛି ପୁଷମାସ,
ଲୁହ ପୋଛି ଦେଇ ଦୁଃଖ ଦୂର କରି
ଅଭାବି ମୁହଁରେ ଫୁଟାଅ ହସ ।
ଦରିଦ୍ର ନାରାୟଣ ସେବା କରିଲେ
ଯଥାର୍ଥ ଅର୍ଥରେ ଦୀପାଳି ପର୍ବ,
ଶ୍ରୀ ଗଣେଶ ମାଲଷ୍ମୀ ପୂଜା ପାଇବେ
ମନୋରଥ ନିଶ୍ଚେ ପୁର୍ଣ୍ଣ ହୋଇବ ।
ଅଧର୍ମ ତମସା ଦୁରୀଭୂତ ହେଲେ
ରାମରାଜ୍ୟ ନିଶ୍ଚେ ଫେରି ଆସିବ,
ଅଜ୍ଞାନ ରୂପକ ଅନ୍ଧକାର ଘୁଞ୍ଚି
ଜ୍ଞାନଦୀପାଳି ସଦା ଜଳୁଥିବ ।
