Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Maheswar sahoo

Inspirational

3  

Maheswar sahoo

Inspirational

ଶତ୍ରୁ ଦେଶ ପାକିସ୍ତାନ

ଶତ୍ରୁ ଦେଶ ପାକିସ୍ତାନ

1 min
129


ଆମ ଭାରତର, ଆମେ ନାଗରିକ,

ଜାତି ଧର୍ମ ନିର୍ବିଶେଷେ ।

ଭାରତ ମାତାର, ଜୟ ଗାନ କରୁ,

ମିଳି ମିଶି ସାଧୁ ବେଶେ ।।

ଏହି ଭାରତର, ପଡୋଶୀ ଦେଶ ଯେ,

ଚୀନ ନେପାଳ ଭୁଟାନ ।

ଆଫଗାନିସ୍ତାନ, ଅବା ମିଆଁମାର,

ଶ୍ରୀଲଙ୍କା ଓ ପାକିସ୍ତାନ ।।

ଆମେ ମିଳିମିଶି, ପଡ଼ୋଶୀଙ୍କ ସଂଗେ,

ବଣିଜ ବେପାର କରୁ ।

ପାକିସ୍ତାନ କିଆଁ, କାଶ୍ମୀର କାଶ୍ମୀର,

ହୋଇ ଜଳିପୋଡି ମରୁ ।।

ନିଜ ଦେଶ ଦୁଃଖ, ନିଜ ନାଗରିକ,

ସେମାନେ ତୁମ ସମ୍ପଦ ।

ସେଥି ପାଇଁ କଦା, ଖାତର ନ କରି,

ଡାକରା ଦେଉଛ ଯୁଦ୍ଧ ।।

ନାହିଁ ଦାନା କନା, ନିଜ ଦେଶ ପାଇଁ,

କେମିତିକା ରାଜନୀତି ।

କାଶ୍ମୀର ଚିନ୍ତାରେ, କୁମ୍ଭୀର କନ୍ଧଣା,

ଭେଦଭାବ ଧର୍ମ ଜାତି ।।

ଶତ୍ରୁ ହୋଇ ତୁହି, ଆମ ଦେଶ ପାଇଁ,

ଦୁନିଆ ଦାଣ୍ଡରେ ଠିଆ ।

ପାକ ଅଧିକୃତ, ଚାହିଁଲେଣି ଏବେ,

ଭାରତ ଦେଶକୁନୂଆ ।।

ନୂଆ ପାକିସ୍ତାନ, କରିବାକୁ ତୁମେ,

କାଶ୍ମୀରକୁ ହରେଇବ ।

ପରମାଣୁ ଯୁଦ୍ଧ, ଡାକରା ତୁମର,

ବେହିଆମୀ ପଣ ହେବ ।।

ଦୁନିଆ ଆଗରେ, କଳା ମୁଁହ ନେଇ,

ହରେଇଲ ନିଜ ମାନ ।

ଶତ୍ରୁ ଦେଶ ତୁମେ, ଭାବ ନାହିଁ କଦା,

ଦୁର୍ବଳ ଯେ ହିନ୍ଦୁସ୍ଥାନ ।।

ଜିନ୍ଦାବାଦ ଥିଲା, ଜିନ୍ଦାବାଦ ଥିବ,

ଆମର ଭାରତ ଦେଶ ।

ଜଳି ଜାଳୁ ଥିବ, ନିଜ ଦେଶ ଜନ,

ଲଢ଼ିବୁ ଶେଷ ନିଶ୍ୱାସ ।।

ସଇନ ସବଳ, ଅସ୍ତ୍ର ଓ ସମ୍ପଦ,

ଅର୍ଥନୀତି ରାଜନୀତି ।

ସବୁଥିରେ ଆଗେ, ମୋ ଦେଶ ଭାରତ,

ମିତ୍ରତାକୁ କର ନୀତି ।।

ଶତ୍ରୁ ହୋଇ ତୁମେ, ଲଢ଼ିବାକୁ ସଦା,

ଦିଅନା ଏତେ ଧମକ ।

ତୁମ ଦେଶ ନିଶ୍ଚେ, ହେବ ଖଣ୍ଡ ଖଣ୍ଡ,

ବୀରତା ଆମ ପ୍ରତୀକ ।।


Rate this content
Log in

Similar oriya poem from Inspirational