STORYMIRROR

Rabindra kumar Sahoo

Tragedy

3  

Rabindra kumar Sahoo

Tragedy

ଶସ୍ତା ହେଉଛି

ଶସ୍ତା ହେଉଛି

1 min
199

 

  ଶସ୍ତା ହେଉଛି ମଣିଷ ଜୀବନ

   ମହରଗ ଏଠି ବସ୍ତୁ

  ଶସ୍ତା ହେଉଛି ସମ୍ପର୍କର ମୂଲ୍ୟ

   ମହରଗ ଏଠି ମାନବିକତା

    ମଣିଷ ପଣିଆର ହୁଏ ମୃତ୍ୟୁ ।


  ଶସ୍ତା ହୁଏ ଏଠି ଜୀବନ ଜୀବିକା

   ମହରଗ ଆଜି ଯୁଦ୍ଧ

  ଏକବିଂଶ ଶତାବ୍ଦୀର ମଣିଷ ଆଜି

   ପ୍ରୟୋଗ କରେ ତା'ର କ୍ରୋଧ

  ଶିକ୍ଷାର ଏଠି ରହେନା ମହତ୍ତ୍ଵ

  ସଭ୍ୟତାର ରୁହେନା ଅସ୍ତିତ୍ଵ

  ମଣିଷ ରକ୍ତେ ମଣିଷ ଖେଳେ ହୋଲି

   ମାନବ ବୁଝେନା ଶାନ୍ତି ମୈତ୍ରୀ

    ବୁଝେନା ମିତ୍ରତା କ'ଣ ବୋଲି ?

  

  ବିଶ୍ଵ ସମୁଦାୟ ଆଜି ଖଣ୍ଡ ବିମଣ୍ଡିତ

   ବୁଝାପଡେନା କେ ଶତ୍ରୁ କେ ମିତ୍ର

   ଅଣୁ ପରମାଣୁ ଅସ୍ତ୍ର କରି ପ୍ରୟୋଗ

    ମାନବ ସଭ୍ୟତାକୁ କରୁ ଭୟଭୀତ

  ଶାନ୍ତି ମୈତ୍ରୀ ଆଜି ମହରଗ ଏଠି

   ହିଂସା ଦ୍ୱେଷ ବିଦ୍ୱେଷ କରେ ଆଧିପତ୍ୟ ।

  

   ବିକାଶ ଏବେ ମହରଗ ଏଠି

    ଶସ୍ତା ଅଟଇ ବିନାଶ

   ମାନବ ଜୀବନର ମୂଲ୍ୟ ବୁଝେନା

    ଆଜିକା ଏ ସଭ୍ୟ ମଣିଷ

  ଜାତିସଂଘ ଆଜି ଶସ୍ତା ହୋଇଛି

   ଲଢନ୍ତି ଯୁଦ୍ଧେ ଦେଶ ଦେଶ

  ମୃତ୍ୟୁର ବିଭୀଷିକା ଆଜି

   ରଚାଏ ଏ ସଭ୍ୟ ମଣିଷ

  ଅହମିକା ଓ ଅହଂକାରେ

   ବଞ୍ଚଇ ଆଜି ଏ ସଭ୍ୟ ମଣିଷ ।


   ମାନବିକ ଅଧିକାର ଏବେ ସଂକୁଚିତ

   ଦ୍ଵନ୍ଦ୍ଵ ଯୁଦ୍ଧେ ମଣିଷ ହୁଏ ଲିପ୍ତ

    ଭୁଲି ଯାଇ ତା'ର ମାନବିକତା

  ଯୁଦ୍ଧର ପନ୍ଥା ଆପଣେଇ

   ମଣିଷ ଜୀବନ ହେଉଛି ଶସ୍ତା

  ଶସ୍ତା ହେଉଛି ଜୀବନର ମୂଲ୍ୟ

   ଶସ୍ତା ହେଉଛି ସମ୍ପର୍କର ମୂଲ୍ୟ

   ମାନବ ସଭ୍ୟତା ହୁଏ କଲବଲ

   ଶାନ୍ତି ମୈତ୍ରୀ ମଣିଷ ମନ ଦୁର୍ବଳ

   କି ଲାଭ ଏ ମଣିଷ ପାଉଛି

    ମୃତ୍ୟୁର ବିଭୀଷିକା ମଧ୍ୟରେ

   ମଣିଷ ଜୀବନ ଆଜି ଶସ୍ତା ହେଉଛି ।

   

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy