STORYMIRROR

Pradeep Kumar Panda

Abstract Tragedy

4  

Pradeep Kumar Panda

Abstract Tragedy

ଶ୍ରମିକର ପ୍ରଶ୍ନ

ଶ୍ରମିକର ପ୍ରଶ୍ନ

1 min
23.3K

ଶ୍ରମିକର ପ୍ରଶ୍ନ 

ତୁମ ଅଟ୍ଟାଳିକା, ତୁମ ବଙ୍ଗଳା, ତୁମ ବଗିଚା ବାଡ଼ି, 

ତୁମ ଗାଡ଼ିପାଇଁ ରାସ୍ତା କରିଛି, କିଏ ମାଟିକୁ ତାଡି, 

ତୁମ କାରଖାନାରେ ଝାଳ ବୋହୁଛି କିଏ? 

ଶ୍ରମିକ ଟିଏ ମୁଁ, ଶ୍ରମିକ ଟିଏ l


ତୁମ ଦାମୀ ପୋଷାକରେ ଅଛି, ଗନ୍ଧ ମୋ ଶ୍ରମ ଝାଳର, 

ତୁମ ସିନ୍ଦୁକ, ତୁମ ସଂପତ୍ତିରେ ଲାଗିଛି ଛିଟା ମୋ ରକ୍ତର, 

ତୁମ ଉଚ୍ଚାଭିଳାଷର କାରଣ କିଏ? 

ଶ୍ରମିକ ଟିଏ ମୁଁ, ଶ୍ରମିକ ଟିଏ l


ସେଇ ସମ୍ପତ୍ତି ବଳେ ତୁମ ସନ୍ତାନ ଆଜି ବିଦେଶେ ପଢେ, 

ଜବାବ ଦିଅ , ପିଲା ମୋ କାହିଁକି ଭଙ୍ଗା କୁଡ଼ିଆ ତଳେ ସଢେ଼? 

ତାର ଭବିଷ୍ୟତର ହିସାବ ଦେବ କିଏ? 

ଶ୍ରମିକ ଟିଏ ମୁଁ, ଶ୍ରମିକ ଟିଏ l


କାଢ଼ିଛି ମୂଁ ଗୋଡ଼ ଗାଁରୁ ମୋହର ବଞ୍ଚିବାର ସାହାସ ନେଇ, 

ଅଜଣା ଅଶୁଣା ରାଇଜେ ମୁଁ ବୁଲେ କାମଧନ୍ଦା ଟିକେପାଇଁ, 

ମଜୁରୀପାଇଁ ମୁଁ ପାହାଡ଼ ଉପରେ ପଥର ଫଟାଇ ଦିଏ 

ଶ୍ରମିକ ଟିଏ ମୁଁ, ଶ୍ରମିକ ଟିଏ l


କରୋନା ଆଜି ଆସିଛି ଯଦି, ଉଡ଼ାଜାହାଜେ ତୁମରି ପିଲା କେମିତି ଆସେ, 

ନା କାମର ସାହାରା ନା ଗ୍ରାମର ଆଶ୍ରୟ ମଝି ରାସ୍ତାରେ ମୁଁ କାହିଁକି ଫସେ? 

ଛାତି ଉପରେ ହାତ ରଖି କୁହ ଅନ୍ୟାୟ ୟେ ହଁ କି ନୁହେଁ? 

ଶ୍ରମିକ ଟିଏ ମୁଁ, ଶ୍ରମିକ ଟିଏ l


ଭୋକର ଜ୍ୱାଳାରେ ପ୍ରଚଣ୍ଡ ରୌଦ୍ରରେ ଚାଲି ଚାଲିଛି ମୁଁ ହଜାର କୋଶ, 

ମୁଣ୍ଡରେ ବୋଝ, କାନ୍ଧରେ ଛୁଆ, ନୁହେଁ ଏ କେଉଁ ସିନେମା ଦୃଶ୍ୟ 

ଏ ଯୋଜନା, ଏ ଘୋଷଣା କାହାପାଇଁ ଆଉ ନେଉଛି କିଏ? 

ମୋ ପ୍ରଶ୍ନର ଉତ୍ତର ଦେବ କିଏ? 

ଶ୍ରମିକ ଟିଏ ମୁଁ, ଶ୍ରମିକ ଟିଏ l


Rate this content
Log in

Similar oriya poem from Abstract