STORYMIRROR

Dr. Rajib Lochan Panigrahy

Fantasy Thriller

4  

Dr. Rajib Lochan Panigrahy

Fantasy Thriller

ଶ୍ରମିକର ଅନ୍ତର୍ଦାହ

ଶ୍ରମିକର ଅନ୍ତର୍ଦାହ

1 min
206

ଶ୍ରମିକ ଟିଏ ଜନମିଛି

ଶ୍ରମଦାନ ପାଇଁ

ଶ୍ରମ କରିଲେହିଁ

ପେଟ ତା ପୁରଇ

ଶ୍ରମ ବିନା ତାର

ଅନ୍ୟ ଗତି ନାହିଁ

ଶ୍ରମିକ ଶୋଷଣ

ଶିକାର ହୁଅଇ

ଶ୍ରମିକ ଟି ଅଟେ

ଉତ୍ସର ମୂଳ

ଶ୍ରମ ବିନା କଦାପି

ହୁଅନା ଅମଳ

ଚାଷ ଠାରୁ କଳ

କାରଖାନା ଯାଏଁ

ଖଣି ଖାଦାନଠୁ

କୋଠା ବାଡ଼ି ଯାଏଁ

ସବୁରି ଶ୍ରେୟ ଯେ

ଶ୍ରମିକକୁ ଯାଏ

ମାଲିକ ଏହାର

ଲାଭ ଅନେକ ପାଏ

ପାଉଣା ଦେଇକି

ଚୁପ ହୋଇ ବସେ

ଶ୍ରମିକ ଭାଇର

ଶ୍ରମ ଉପଯୋଗେ

କରଇ ଲାଭ ଅପାର

ମୁଣ୍ଡ ଝାଳ ତୁଣ୍ଡେ ମାରି

ମାଟିରେ ହୋଇ ମାଟି

ଶ୍ରମ ଦାନ କରେ

ସୁନାର ଅମଳ କରେ

ଲୁହା ସାଙ୍ଗେ ଲଢ଼ି

ଝାଳ ବୁହା ଶ୍ରମେ

ପାଏ ଯେ କେତେ ପାଉଣା

ଘର ଚଲେଇବା

ଦୁରୂହ ବ୍ୟାପାର

ତା ବିନା କାହାକୁ ଜଣା

ଶାଗ ପଖାଳରେ

ବିତେ ତା ଜୀବନ

ଧୂଳି ମଳି ଜମା ପରେ

ଚାଲ କୁଡ଼ିଆରେ

ଚାଲେ ପାରିବାର

ତା ବିଷୟ କିଏ ଜାଣେ

ଦେହ ସୁସ୍ଥ ଥିଲେ

ଘର ତାର ଚଳେ

ଅସୁସ୍ଥ ହେଲେବା

କିଏସେ ପଚାରେ

ତଥାପି ଶ୍ରମିକ

ମୁଖେ ହସ ଭରି

ମାଲିକ ଉନ୍ନତି ଚାହେଁ

ପ୍ରଭୁ ପାଦେ ଧ୍ୟାୟୀ

ଶ୍ରମ ରେ ମନ ଲଗାଇ

ଶ୍ରମ କରେ ବୀର ପରି

ସେ ଭାବେ ମୋ ଦ୍ୱାରା

ଚାଲୁଛି ସଂସାର

ମୁଁ ହିଁ ଅଟେ କର୍ମ ବୀର

ମନକୁ ଲଗାଇ ଶ୍ରମ କରିଥିଲେ

ସଂସାରୁ ହୋଇବ ପାର ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy