Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gunanidhi Samal

Tragedy

3  

Gunanidhi Samal

Tragedy

ଶ୍ରମିକ

ଶ୍ରମିକ

1 min
176


ଲୋଡା ନାହିଁ ମୋର ଧନ ଦଉଲତ

ଲୋଡା ମୋର ଖାଲି ମୁଠାଏ ଭାତ,

ଦିନରାତି ଖଟି ଲାଗେ ପେଟ ପିଠି

ତଥାପି ମରେନା ପେଟର ଭୋକ ।

ଆମ ଏ' ରାଇଜେ ମୁଣ୍ଡ ଟେକିଅଛି

କେତେ କାରଖାନା, ଖଣି, ଖାଦାନ,

ଭାବିଛ କି'ଥରେ କାହିଁକି ମୁଁ' ଆଜି

ବିଦେଶ'ରେ ଯାଇ ଖଟେ ଦାଦନ ।

ପିଲାଛୁଆଙ୍କ ର କରୁଣ ଚାହାଣି

କୋଉ ବାପ ଭଲା ପାରିବ ଦେଖି,

ସେଇଥିପାଇଁତ ଟଙ୍କା କେଇଟାରେ

ମୁଣ୍ଡଟା'କୁ ମୋର ଦେଇଛି ବିକି ।



Rate this content
Log in

Similar oriya poem from Tragedy