STORYMIRROR

Dharitri Das

Inspirational Children

3  

Dharitri Das

Inspirational Children

ଶ୍ରମିକ ଭାଇ

ଶ୍ରମିକ ଭାଇ

1 min
203

ଶ୍ରମିକ ଭାଇରେ ଶ୍ରମିକ ଭାଇ

ଶ୍ରମ କରିଚାଲ ଆନନ୍ଦ ହୋଇ।

ପେଷାରେ ଡାକ୍ତର ନର୍ସ ଶିକ୍ଷକ

ପୋଲିସ ଇଂଜିନିୟର କୃଷକ।

ନିଜର ପେଷା ଅନୁଯାୟୀ ଶ୍ରମ

କରି ରଖ ହେ ଦେଶ ଜାତି ମାନ।

ବିପଦ ସମୟେ ନୋହି କାତର

ସୁରକ୍ଷା ଦେବା ଦେଶକୁ ଆମର।

ଯେତେ ବି ଶ୍ରମ କରିବାକୁ ପଡୁ

ପଛାଇବା ନାହିଁ ଧରିବା ଝାଡୁ।

ସାନ ହେଉ ବଡ଼ କରିଣ କର୍ମ

ଆଗେଇ ନେବା ଭାରତକୁ ଆମ।

ଶ୍ରମକୁ ଡରି ଲାଞ୍ଚଖୋର ନୋହି

ଶ୍ରମ କରି ଚାଲ ଶ୍ରମିକ ଭାଇ।

ପେଷା ଯାହା ହେଉ ଶ୍ରମରେ ନିଶା

ରଖି ଆମେ ହେବା ବେଳକେ ଚଷା।

ସବୁ କର୍ମ କରି ଅଭ୍ୟାସ ଗତ

ଶ୍ରମରେ ସଦା ହୋଇବା ରତ।

ଶ୍ରମିକ ଭାଇରେ ଶ୍ରମିକ ଭାଇ

ସଜାଗ ହୁଅରେ ଶ୍ରମକୁ ନେଇ।

ପ୍ରବାସୀ ନ ହୋଇ ଦେଶରେ ଶ୍ରମ

କରିବା ପାଇଁକି କରରେ ମନ।

ପଦବୀ ପଛେ ନ ଗୋଡ଼ାଇ ମିଛେ

ଝାଡୁଦାର ହେବା ଦେଶରେ ପଛେ।

କର୍ମ କରିଯିବା ସଭିଏଁ ମିଶି

ହେବାନାହିଁ କେବେ ଆମେ ପ୍ରବାସୀ।

ରତ୍ନଗର୍ଭା ଆମ ଭାରତ ପରା

ତାର ଉପଯୋଗ କରିଲେ ଧରା।

ସୁଜଳା ସୁଫଳା ହୋଇବ ଦେଶ

ହସି ହସି ଶ୍ରମ କରିବା ଆସ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational