STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଶ୍ରୀରାମ ବନ୍ଦନା

ଶ୍ରୀରାମ ବନ୍ଦନା

2 mins
294

           ଶ୍ରୀରାମ ବନ୍ଦନା
          ==========
ଜୟ ଜୟ ରାମ ନୟନାଭିରାମ
       ଜୟ ଜୟ ଜାନକୀଶ l
ପିତୃ ସତ୍ୟ ପାଳି ଚଉଦ ବରଷ
     ଘୋରବନେ କଲ ବାସ ll
ସଙ୍ଗତେ ଲକ୍ଷ୍ମଣ ସୁମିତ୍ରା ନନ୍ଦନ
    ମୈଥିଳୀ ମାଆ ଜାନକୀ l
ଭ୍ରାତୃଭକ୍ତ ପ୍ରିୟ ଭରତ ଫେରିଲେ
     ଶିରେ କଠାଉ ଘେନିକି ll
କରି ପତ୍ରକୁଟି ବାସ ପଞ୍ଚବଟି
        ନିର୍ଜନ ଦଣ୍ଡକ ବନ l
ରାକ୍ଷସ ବଧିଲ ପ୍ରଭୁ ଖାଲି କଲ
        ଅଧ୍ୟୁଷିତ ଜନସ୍ଥାନ ll
ମାୟାମୃଗ ଦେଖି ଭୁଲିଲେ ଜାନକୀ
     ଡେଇଁଲେ ଲକ୍ଷ୍ମଣ ରେଖା l
ରାବଣ କପଟୀ ହରିନେଲା ଯତି
    ବେଶେ ଆସି ମାଗି ଭିକ୍ଷା ll
ଖୋଜି ବୁଲୁଥିଲ ମାଆ ଜାନକୀଙ୍କୁ
    ଜଟାୟୁଙ୍କ ସଙ୍ଗେ ଭେଟ l
ଜଟାୟୁଙ୍କ ମୁଖୁ ଶୁଣିଲ ଲଙ୍କେଶ
      ହରି ନେଇ ଅଛି ଦୁଷ୍ଟ ll
ଶବରୀ ଶ୍ରମଣା ପଥେ ଚାହିଁ ଥିଲା
    ଆସିବେ ଶ୍ରୀରାମ ବୋଲି l
ମୋକ୍ଷ ଦେଲ ତାକୁ ପ୍ରଭୁ ଦାଶରଥି
     ଖାଇଲ ଅଇଁଠା କୋଳି ll
କିଷ୍କିନ୍ଧ୍ୟାକୁ ଗଲ, ବାଳି ବିନାଶିଲ
     ହନୁମାନ ହେଲେ ଦେଖା l
ମିତ୍ରକଲେ ବୀର ସାକ୍ଷୀ ବୈଶ୍ୱାନର
      ସୁଗ୍ରୀବଙ୍କୁ କଲେ ସଖା ll
ଘେନି କପି ବଳ ସାଗର ବାନ୍ଧିଲ
      ସାକ୍ଷୀ ଅଛି ସେତୁବନ୍ଧ l
ପଶି ଲଙ୍କା ଗଡ଼ ରାବଣେ ପ୍ରବଳ
       ଲାଗିଗଲା ମହାଯୁଦ୍ଧ ll
ଅତି ଦର୍ପ ତାର ହେଲା ସିନା ଚୁର
     ଅପରାଧୀ ନାରୀ ଚୋର l
ଜାନକୀ ଉଦ୍ଧାରି ପୁଷ୍ପକ ବିମାନେ
     ଫେରିଲ ଅଯୋଧ୍ୟା ପୁର ll
 ରାମ ହେବେ ରାଜା ସୁଖି ଜନପ୍ରଜା
      ଅବଧେ ବାଜଇ ବାଜା l
ଅଭିଷେକ ହେଲ ସୁଖେ ପାଳୁ ଥିଲ
   ରାମ ରାଜ୍ୟରେ ପରଜା ll
କାଳେ ହେଲା ପୁଣି ପ୍ରଜାନୁରଞ୍ଜନେ     
     ବୈଦେହୀଙ୍କ ବିସର୍ଜନ l
ବାଲ୍ମୀକି ଆଶ୍ରମେ ଜନମ ଲଭିଲେ
       ଦୁଇ ଯମଜ ସନ୍ତାନ ll
ଅଶ୍ଵମେଧ ଯଜ୍ଞେ ପୁତ୍ର ଲବ କୁଶ
      ମାତାଙ୍କ ସହିତେ ଆସି l
ରାମାୟଣ ଗାନେ ପରିଚୟ ହେଲା
      ଥିଲେ ବାଲ୍ମୀକି ମହର୍ଷି ll
ପତିବ୍ରତା ଧର୍ମେ ପୃଥିବୀ ଫାଟିଲା
   ପାର୍ଥିବୀ ବସିଲେ କୋଳେ l
ତବ ପତିବ୍ରତା ଗାଥା ଭୂମି ସୂତା
   କଥା ଥାଉ କାଳେ କାଳେ ll
ଶ୍ରୀରାମ ଚରିତ ଅତି ହିଁ ପବିତ୍ର
    ଯେତେ ବର୍ଣ୍ଣୁଥିଲେ ଭାଇ l
କହି ରାମ ଗାଥା ଶୁଣି ରାମ କଥା
    ବୁଝି, ବୁଝା ତ, ନ ଯାଇ ll
ପ୍ରାଣ ଯାଉ ପଛେ ବଚନ ନ ଯାଉ
      ଏହି ରଘୁକୁଳ ରୀତି l
ଶରଣ ପଶିଲି ଶ୍ରୀରାମ ମୈଥିଳୀ
       ଜୟ ପ୍ରଭୁ ଦାଶରଥି ll
           🙏🙏🙏
              ଅର୍ଜୁନୀ
            ------------
ଅର୍ଜୁନୀ ଚରଣ ବେହେରା
 ମୋ -7693091971


Rate this content
Log in

Similar oriya poem from Inspirational