STORYMIRROR

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ଶ୍ରୀରାଧାଷ୍ଟମୀ

ଶ୍ରୀରାଧାଷ୍ଟମୀ

1 min
285



ଶୁଣ ମନ ଦେଇ ରାଧା ରାଣୀର ବାରତା

ଆସୁଛନ୍ତି ଏଇ ଭାଦ୍ରବ ରେ ଭଲ କଥା

କୃଷ୍ଣ ଜନ୍ମ ଭାଦ୍ରବ ର କୃଷ୍ଣ ଅଷ୍ଟମୀ ରେ 

ରାଧାରାଣୀ ଆସୁଛନ୍ତି ଶୁକ୍ଲ ଅଷ୍ଟମୀରେ

କୃଷ୍ଣ ପକ୍ଷରେ ଜନ୍ମ କୃଷ୍ଣ ଦେହ କାଳିଆ

ଗୋରା ରଙ୍ଗରେ ରାଧା ଆସିବେ ରଙ୍ଗିଆ

କୃଷ୍ଣ ବିନା ରାଧା ପ୍ରାଣ ନିତି ଝୁରୁ ଅଛି

ସେହି ଗୋକୁଳ ପରା ସାକ୍ଷୀ ରହି ଅଛି

ଏକ କୁ ଆରେକ ନ ଦେଖିଲେ ବିରହ

କୃଷ୍ଣ ଆସିବା ଶୁଣି ରାଧା ପ୍ରାଣ ଅଥୟ

ଯୁଗ ଯୁଗ ରୁ ରହିଛି ପ୍ରେମର ସମ୍ପର୍କ

ରାଧା ଜନ୍ମ ହେଲେ ହେବ ଜୀବନ ସାର୍ଥକ


ଦ୍ଵାପର ଯୁଗରେ ରାଧାକୃଷ୍ଣଙ୍କ କାହାଣୀ

ଆଉ ଥରେ ଜାଣିବାକୁ ମନ ଯାଏ ଟାଣି

ଗମ୍ଭୀର ମୁଦ୍ରାରେ ଦିନେ ଥିଲେ ବେନୂପାଣି

ରାଧା କଥା ପଚାରିଲେ ଅନ୍ତପୁର ରାଣୀ

ରାଧା ପ୍ରେମରେ

ବିଶେଷତା କଣ ଅଧିକ

ଶୁଣିଲେ ଜୀବନ ଆମ ହୋଇବ ସାର୍ଥକ

ସ୍ମିତ ହସି କହୁଛନ୍ତି ଶୁଣ ସବୁ ରାଣୀ

ଶରୀର ନୁହେଁ ଆତ୍ମା ହିଁ ସେଇ ରାଧା ରାଣୀ

ଆତ୍ମା ଚାହୁଁଛି ପରମାତ୍ମା ରେ ହିଁ ମିଳନ

ରାଧାର ହୃଦ ସ୍ପନ୍ଦନ କୃଷ୍ଣ ଗୁଣ ଗାନ

ରାଧା ଭାବକୁ ବୁଝିଲେ କୃଷ୍ଣଙ୍କୁ ପାଇବ

ଖାଲି କୃଷ୍ଣ କୃଷ୍ଣ ହେଲେ କଷ୍ଟ ହିଁ ମିଳିବ


ନାରୀ ଅପସରୀ ନୁହେଁ ସେହି ରାଧାରାଣୀ

ଅନୁଭବ କରିବାକୁ ହେବ ସ୍ଥିତି ଲୟ ଜାଣି

ପଦ୍ମ ସୁଗନ୍ଧ ଚନ୍ଦ୍ର ଶିତଳତା ରେ ରାଧା

ଲବଣୀ କୋମଳତାକୁ ଛୁଇଁଲେ ବି ରାଧା

କାନ୍ତା ଭାବ ଠୁ ଅଧିକ ରାଧାରାଣୀ ଭାବ

ଜ୍ଞାନୀ ଯୋଗୀ ହିଁ ଜାଣିଛନ୍ତି ଭାବ ର ଭାବ

ଆସ,ରାଧାରାଣୀ ର ଭାବକୁ ହିଁ ବୁଝିବା

ରାଧାଷ୍ଟମୀ ରେ ରାଧାଙ୍କୁ ସ୍ବାଗତ କରିବା।

 



Rate this content
Log in

Similar oriya poem from Abstract