STORYMIRROR

pawan Mohakul

Inspirational

3  

pawan Mohakul

Inspirational

ଶରୀର

ଶରୀର

1 min
225

କାହାକୁ ସମୟ ଦିଅ କି ନଦିଅ ନିଜକୁ ସମୟ ଦିଅ

ଏଇ ଦୁନିଆରେ ସବୁ ଅଟେ ପର ନିଜର ତୁମର ଦେହ


ନିଜେ ଥିଲେ ସିନା ଦୁନିଆଟା ଅଛି ଦୁନିଆ ସୁନ୍ଦର ଲାଗେ

ଶରୀର ଟା ଯଦି ଅସୁସ୍ଥ ହୋଇଗଲା ଦୁନିଆ ଅବାଗ ଲାଗେ


ଶରୀରଟା ଯଦି ସୁସ୍ଥ ରହିଥିବ ଦେଖିବ ଶୁଣିବ ଖାଇବ

ଜୀବନଟା ତୁମ ସରଳ ହେବ ଖୁସିରେ ସମୟ କଟିବ


ପ୍ରାତଃ ଓ ସନ୍ଧ୍ୟାରେ ବ୍ୟାୟାମ କରିବ ଶରୀରକୁ କଷ୍ଟ ନ ଦେବ

ଅଖାଦ୍ୟ ଛାଡ଼ି ଖାଦ୍ୟକୁ ଖାଇଲେ ଶରୀରଟା ସୁଖ ଦେବ


ଏଇ ଦୁନିଆରେ ଥିବ ଯେତେଦିନ ହସ ଓ ଖୁସିରେ ରହିବ

ସମୟ ଆସିଲେ ବେଳ ବୁଡ଼ିଗଲେ ଦୁନିଆକୁ ତୁମେ ଛାଡ଼ିବ 


ଜନମ ହୋଇଚ ନିଶ୍ଚୟ ମରିବ ଏଇ କଥା ମନେ ରଖିବ

ଏ ଛୋଟ କଥାକୁ ମନରେ ରଖିଲେ ଦୁନିଆଟା ଭଲ ଲାଗିବ


ଲୋଭ ମୋହ ମାୟା ପାଖେ ଆସିବନି ସବୁ ଦୂରରେ ରହିବେ

ଜୀବନଟା ନିଶ୍ଚେ ସୁଖରେ କଟିବ ବୁଝିବା ଲୋକ ହିଁ ବୁଝିବେ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational