ଶରୀର
ଶରୀର
କାହାକୁ ସମୟ ଦିଅ କି ନଦିଅ ନିଜକୁ ସମୟ ଦିଅ
ଏଇ ଦୁନିଆରେ ସବୁ ଅଟେ ପର ନିଜର ତୁମର ଦେହ
ନିଜେ ଥିଲେ ସିନା ଦୁନିଆଟା ଅଛି ଦୁନିଆ ସୁନ୍ଦର ଲାଗେ
ଶରୀର ଟା ଯଦି ଅସୁସ୍ଥ ହୋଇଗଲା ଦୁନିଆ ଅବାଗ ଲାଗେ
ଶରୀରଟା ଯଦି ସୁସ୍ଥ ରହିଥିବ ଦେଖିବ ଶୁଣିବ ଖାଇବ
ଜୀବନଟା ତୁମ ସରଳ ହେବ ଖୁସିରେ ସମୟ କଟିବ
ପ୍ରାତଃ ଓ ସନ୍ଧ୍ୟାରେ ବ୍ୟାୟାମ କରିବ ଶରୀରକୁ କଷ୍ଟ ନ ଦେବ
ଅଖାଦ୍ୟ ଛାଡ଼ି ଖାଦ୍ୟକୁ ଖାଇଲେ ଶରୀରଟା ସୁଖ ଦେବ
ଏଇ ଦୁନିଆରେ ଥିବ ଯେତେଦିନ ହସ ଓ ଖୁସିରେ ରହିବ
ସମୟ ଆସିଲେ ବେଳ ବୁଡ଼ିଗଲେ ଦୁନିଆକୁ ତୁମେ ଛାଡ଼ିବ
ଜନମ ହୋଇଚ ନିଶ୍ଚୟ ମରିବ ଏଇ କଥା ମନେ ରଖିବ
ଏ ଛୋଟ କଥାକୁ ମନରେ ରଖିଲେ ଦୁନିଆଟା ଭଲ ଲାଗିବ
ଲୋଭ ମୋହ ମାୟା ପାଖେ ଆସିବନି ସବୁ ଦୂରରେ ରହିବେ
ଜୀବନଟା ନିଶ୍ଚେ ସୁଖରେ କଟିବ ବୁଝିବା ଲୋକ ହିଁ ବୁଝିବେ
