STORYMIRROR

Dharitri Das

Abstract Inspirational

4  

Dharitri Das

Abstract Inspirational

ଶ୍ରୀପଦେ ନିଅ ଶରଣ

ଶ୍ରୀପଦେ ନିଅ ଶରଣ

1 min
282

ସଂସାରରେ ସାର ହରିନାମ ପରା

   ହରଇ ସକଳ ପାପ

ମନ ମୁନ ଚଇତନ ଏକାକାର

   କରି ସରବଦା ଜପ।

ଜୀବନ ନାଆରେ ନାଉରୀ ସିଏତ

   ଏକଥାକୁ ମନେ ରଖ

ଜଣା ନାହିଁ ଯଦି ବେଗ ବେଗ ହୋଇ

   ଯାଅ ଗୁରୁଙ୍କର ପାଖ।

ଧନ ଦାରା ସୁତ ସଂସାରେ ଅଳିକ

   ପକାଇବେ ମାୟାଜାଲେ

ନେଇଯିବେ ଟାଣି ମୁକ୍ତିଠାରୁ ଦୁରେ

   ନ ଥିବେ ବିପଦ କାଳେ।

ସଂସାର ହାଟରୁ ମୁକ୍ତି ପାଇବାକୁ

   ଇଛାଥିଲେ ଭାଇ ଜାଣ

ମନ ଧ୍ୟାନ ଦେଇ ମାୟାକୁ ତୁଟାଇ

   ଶ୍ରୀପଦେ ନିଅ ଶରଣ।

ସୁଖ ଦୁଃଖ ସାଥୀ ମୁକ୍ତି ପଥ ଦାତା

   ଜଗତର ଭାଗିରଥୀ

ଜୀବନ ରଥରେ ସେହି ଏକା ଜାଣ

  ହୋଇବ ତୁମ ସାରଥୀ।

ବେଳ ଥାଉଁ ଥାଉଁ ହୁଅ ସାବଧାନ

   ଚିନ୍ତ ଚିନ୍ତାମଣି ନାଥ

ଅଗତିର ଗତି ପ୍ରଭୁ ଶିରିପତି

   ଦେଖାଇବେ ମୁକ୍ତିପଥ।



Rate this content
Log in

Similar oriya poem from Abstract