STORYMIRROR

Sudhir Kumar Panda

Romance

2  

Sudhir Kumar Panda

Romance

ଶ୍ରୀମତୀ "ଅ"

ଶ୍ରୀମତୀ "ଅ"

1 min
338

ତୁମ ଏଇ ଆଖିର ଚମକ

ତୁମ ଏଇ ପ୍ରେମର ମହକ


ଯେତେବେଳେ ଥିଲି ମୁଁ ଅବୋଧ

ପଢାଇଲ ପ୍ରେମ ବର୍ଣ୍ଣବୋଧ


"ଅ" ରେ ଅନାଇ "ଆ" ରେ ଆଖି

"ଇ" ରେ ଇସ୍, ମନ ଗଲା ଲାଖି


ପ୍ରେମରେ ମୁଁ ପଡି ପଡି ଗଲି

ସାତ ତାଳ ପଙ୍କ ମଧ୍ୟେ

ବୁଡି ବୁଡି ଗଲି


ଜାଣିଥିଲି ପାଠ ଏ ବିଷମ

ତଥାପି ତ ଲାଗିଲା ସୁସମ


ଭାବନା ତା' ଭାବେ ଗଲା ହଜି

ତୁମ ପ୍ରେମେ ଗଲି ମୁଁ ତ ହଜି


ଯେତେଥର ପଙ୍କୁ ଗୋଡ କାଡେ

ସେତେଥର ପଙ୍କରେ ହିଁ ପଡେ


ପ୍ରେମ ପଙ୍କେ ପଦୁଅଁ ମହକ

ଛାତି କିନ୍ତୁ ଭାରି ଧକ ଧକ


ସମୟର ଚକା ତଳେ ପଡି

ଏଇ ପ୍ରେମ ଯାଉଥାଏ ଗଡି


ସେତେବେଳେ ଲାଗିଥାଏ ଏକା

ଯେତେବେଳେ ମନେ ରଖି ଦକା

ହାତ ଛାଡି ଯାଅ ଗୋ ପ୍ରେମୀକା

ବଦଳଇ ଯାଇଥାଏ ଜିଇଁବା ତରିକା


ଦିନେ ଯିଏ ହୋଇଥିଲା

ଜିଇଁବାର ମୋହ,

ହସ ଆଉ ଲୁହ,

ପ୍ରୀୟତମ ପ୍ରୀୟ,

ପ୍ରୀୟା ଅପ୍ରମେୟ,

ଶେଷେ ହୋଇ ରହିଯାଅ

ମନ ବର୍ଣ୍ଣବୋଧରେ କେବଳ

ପ୍ରଥମ ଅକ୍ଷର

ଶ୍ରୀମତୀ "ଅ"


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Romance