ଶ୍ରୀମନ୍ତ ଶ୍ରୀଜଗନ୍ନାଥ
ଶ୍ରୀମନ୍ତ ଶ୍ରୀଜଗନ୍ନାଥ
ହେ ନାଥ
ଆହେ ଶ୍ରୀଜଗନ୍ନାଥ
ଆହେ ଶ୍ରୀକାନ୍ତ ଶ୍ରୀମନ୍ତ ଶ୍ରୀଜଗନ୍ନାଥ
ଆହେ ନିରୁପମ ନିର୍ମାଲ୍ୟ ନାଥ ଶ୍ରୀନାଥ
ତୁମେ ହିଁ ଆମର ଶୋଭନୀୟ ଶ୍ରୀଲୋକନାଥ
ତୁମେ ହିଁ ଆମର ଦୟାସିନ୍ଧୁ ଦୀନବନ୍ଧୁ ଦୀନନାଥ
ତୁମେ ରହୁ ରହୁ ଆମ୍ଭେ ନୁହେଁ ଅନାଥ,
ତୁମେ ସ୍ୱୟଂ ହିଁ ଭକ୍ତଙ୍କ ଲାଗି ନୀତିଗ୍ରନ୍ଥ,
ତୁମେ ଭକ୍ତଙ୍କୁ ଦେଖାଇଛ ପ୍ରେମର ପଥ,
ତୁମେ ଆମର ପ୍ରିୟକାଂକ୍ଷୀ ପ୍ରିୟତର ନାଥ
ଆମ ଉପରେ କୃପଦୃଷ୍ଟି ସଦା ରଖନ୍ତୁ,
ନିଜର ସକଳ ବେଶର ଦର୍ଶନ କରାନ୍ତୁ,
ରଥ-ଯାତ୍ରା ସନ୍ଦର୍ଶନର ଭାଗ୍ୟ ଦିଅନ୍ତୁ,
ପ୍ରାକୃତିକ ଆପଦକାଳରୁ ରକ୍ଷା ଦିଅନ୍ତୁ
ଶୁଭେ ଯେବେ ବଡ଼ଦେଉଳରେ ହୁଳହୁଳିର ନାଦ,
ଶୁଭେ ଯେବେ ତୁମ ଦେଉଳରେ ଖଞ୍ଜଣି ଘଣ୍ଟନାଦ,
ଶୁଭେ ଯେବେ ଭାବପୂର୍ଣ୍ଣ ଭଜନ ସଙ୍ଗୀତର ନିନାଦ,
ତେବେ ଏହି ପରିଧି ଯେ ସ୍ପନ୍ଦିତ ମନକୁ କରେ ସୁଖଦ
ଶୁଭିଲା ଯେବେ ମନ୍ଦିରରେ ଘରେ ସଞ୍ଜବେଳର ଶଙ୍ଖନାଦ,
ମହାପ୍ରଭୁ ହୋଇ ଆସ୍ଵାଦନ କରାଇଲ ସୁସ୍ୱାଦୁ ମହାପ୍ରସାଦ,
ଆଭାସ ହୁଏ ଯେ ଏହି ଦିନ ବେଳ ଥିଲା ଶ୍ରୀଜୀଉଙ୍କ ବରାଦ,
ଆମକୁ ଅନୁଦାନ କରନ୍ତୁ ସୁସ୍ଥ ଆୟୁ ଆରୋଗ୍ୟର ଆଶୀର୍ବାଦ
ତୁମ ମନୋଜ୍ଞ ନାମସ୍ମରଣ ନିଜେ ସୁମଧୁର ପଦ,
ତୁମ ପ୍ରତ୍ୟେକ ନାମ ଏକ ସୁରମ୍ୟ ସମୃଦ୍ଧ ସମ୍ପଦ,
ତୁମେ ପୂଜକଙ୍କ ପ୍ରତି ରଖିନ କୌଣସି ମତଭେଦ,
ସୁଚାରୁ ରହୁ ତୁମ ସ୍ନାନଯାତ୍ରାର ଆମୋଦପ୍ରମୋଦ
ତୁମେ ଜଗଦୀଶ୍ଵର ଜଗଦ୍ବନ୍ଧୁ ଜଗଦାନନ୍ଦ,
ତୁମେ ଆମ ଦୋଳଯାତ୍ରାର ଦୋଳଗୋବିନ୍ଦ,
ତୁମେ ହିଁ ଦେଉଛ ନବକଳେବରର ସାନନ୍ଦ,
ତୁମେ ହିଁ ଦେଉଛ କୈବଲ୍ୟର ପରମାନନ୍ଦ
ତୁମେ ହିଁ ଚନ୍ଦନଯାତ୍ରାର ମଦନମୋହନ,
ତୁମେ ହିଁ ଆମ ଜଗଦ୍ଗୁରୁ ଜଗନ୍ମୋହନ,
ତୁମେ ହିଁ ଏହି ଜଗଜ୍ଜନଙ୍କର ଜଗଜ୍ଜୀବନ,
ତୁମେ ହିଁ ଶ୍ରୀମହାଲକ୍ଷ୍ମୀଙ୍କର ମନମୋହନ
ବାଡ଼ି ନୃସିଂହ ରୂପରେ କରୁଛ ବିଶ୍ବ ପରିକ୍ରମା ପରିଦର୍ଶନ,
ଅଣସର ଅନନ୍ତର ତୁମେ ଦେଉଛ ନବଯୌବନ ସନ୍ଦର୍ଶନ,
ନୀଳାଦ୍ରି ବିଜେରେ ହେଲା ଶ୍ରୀଲକ୍ଷ୍ମୀଙ୍କ ସହ ଭେଟର ଦର୍ଶନ,
କଥୋପକଥନରେ କ୍ଷୀରମୋହନ ଭେଟି ଅତ୍ୟନ୍ତ ପ୍ରିୟଦର୍ଶନ
ତୁମେ ହିଁ ଦୂର କରାଇ ପାରିବ ସମସ୍ତ ଆପଦ,
ତୁମେ ଥାଉ ଥାଉ ଆସିବେନି ନିକଟକୁ ବିପଦ,
ତୁମ ଉପଚାରରୁ ଉପସଂହାର ହେବେ ପ୍ରମାଦ,
ଆମ ଉଦ୍ଧାର ହେତୁ ସ୍ଵୀକାର କରନ୍ତୁ ଧନ୍ୟବାଦ
ହେ ନାଥ
ଆହେ ଶ୍ରୀଜଗନ୍ନାଥ
ଆହେ ଶ୍ରୀକାନ୍ତ ଶ୍ରୀମନ୍ତ ଶ୍ରୀଜଗନ୍ନାଥ
ଆହେ ନିରୁପମ ନିର୍ମାଲ୍ୟ ନାଥ ଶ୍ରୀନାଥ
ତୁମେ ହିଁ ଆମର ଶୋଭନୀୟ ଶ୍ରୀଲୋକନାଥ
ତୁମେ ହିଁ ଆମର ଦୟାସିନ୍ଧୁ ଦୀନବନ୍ଧୁ ଦୀନନାଥ
