STORYMIRROR

Kulamani Sarangi

Abstract

2  

Kulamani Sarangi

Abstract

ଶ୍ରୀମନ୍ଦିର ଚୂଡାମଣି

ଶ୍ରୀମନ୍ଦିର ଚୂଡାମଣି

1 min
211

ଶ୍ରୀମନ୍ଦିର ଚୂଡାମଣି ହୁଅ ଏବେ ସାହା,

ଅଭୟ ଦିଅ ଠାକୁର ତୋଳି ଚଉବାହା


ଘୋଟିଲାଣି ଆକାଶରେ ଅମାବାସ୍ୟା ଛବି,

ଲିଭିଲାଣି ଧର୍ମଦୀପ ବୁଡିଲେଣି ରବି,

ସତ୍ୟ ରାଜ୍ୟ ଅଛି କାହିଁ କେତେଦୂର ଆହା

ଅଭୟ ଦିଅ ଠାକୁର,ତୋଳି ଚଉବାହା


ମହାକାଳ ଅଟ୍ଟହାସ ଶୁଭିଲାଣି ଦୂରେ,

କାଳଦୀପ ଉଠିଲାଣି ଧ୍ଵଂସର ମନ୍ଦିରେ,

ଅଧର୍ମ ଟେକିଛି ଖଡ୍ଗ ତୋଳି ଉଚ୍ଚେ ବାହା,

ଅଭୟ ଦିଅ ଠାକୁରେ ତୋଳି ଚଉବାହା


ଶଙ୍କଟରେ ସନାତନ ଧର୍ମ, ଉଚ୍ଚେ ବୋଲେ,

"କାଳଗର୍ଭେ ହେବି ଲୀନ ତୁମ୍ଭେ ନରଖିଲେ

ତୁମ୍ଭେ ତୁମ୍ଭଙ୍କୁ ରଖିଛ କେତେ ଥର ଆହା

କଳା ପାହାଡ଼କୁ ତୁମ୍ଭେ ବୁଲାଇଛ ଭୁଆଁ


ଅରାଜକ ତୁମ୍ଭ ବିଶ୍ୱେ ଏ କି ଚକାଡୋଳା

ଅବା ଆରମ୍ଭିଲ କଳ୍କି ଅବତାର ଲୀଳା

ଚକ୍ର ପେଶି ଦୂରକର ଶକୁନର ମାୟା,

ଅଭୟ ଦିଅ ଠାକୁର ତୋଳି ଚଉବାହା


ଯୁଗେ ଯୁଗେ ରକ୍ଷାକର ପରା ତୁମ୍ଭେ ଧର୍ମ,

ଧର୍ମ ଉଭେଇ ଯାଉଛି କୁହେଳିକା ସମ,

ବ୍ୟାପିଯାଏ ବିଶ୍ଵ ବକ୍ଷେ ସନ୍ତ୍ରାସର ନିଆଁ,

ଅଭୟ ଦିଅ ହେ ପ୍ରଭୁ ତୋଳି ଚଉବାହା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract