ଶ୍ରୀଜଗନ୍ନାଥ
ଶ୍ରୀଜଗନ୍ନାଥ
ମନ, ହୃଦୟେ ଶ୍ରୀଜଗନ୍ନାଥ କର ସ୍ମରଣ
ସେଇ ଏକା ଜୀବନରେ ମୁକ୍ତି କାରଣ
ମନ,ହୃଦୟେ ଶ୍ରୀଜଗନ୍ନାଥ... ||
ସାକ୍ଷାତ ମହିମାମେରୁ
ଭକ୍ତ ବାଞ୍ଛା କଳ୍ପତରୁ
ଜୀବନର ହର୍ତ୍ତା କର୍ତ୍ତା ଜଗତ ଗୁରୁ
ଜଗତ ମଙ୍ଗଳ ପାଇଁ
କଳିରେ ସେ ବ୍ରହ୍ମଦାରୁ
କୀଟରୁ ବ୍ରହ୍ମ ପର୍ଯ୍ୟନ୍ତ
ନିତ୍ୟ ଶରଣ
ମନ,ହୃଦୟେ ଶ୍ରୀଜଗନ୍ନାଥ... ||
ଲୀଳାମୟ ଦାରୁଭୂତ
ସେ ଲୀଳାର ନାହିଁ ଅନ୍ତ
ପତିତ ପାବନ ଲାଗି ଗୁଣ୍ଡିଚା ଯାତ
ଦର୍ଶନ ମାତ୍ରେ କୃତାର୍ଥ
ବିଶ୍ୱ ଆତ୍ମା ସର୍ବଭୂତ
ଭବଭୟ ହାରୀ,ଦୀନ
ଦୁଃଖ ନାଶନ
ମନ, ହୃଦୟେ ଶ୍ରୀଜଗନ୍ନାଥ... ||
