STORYMIRROR

Naliniprava Subudhi

Action

4  

Naliniprava Subudhi

Action

ସହରୀ ସପନ

ସହରୀ ସପନ

1 min
364


ଇନ୍ଦ୍ରଜାଲ ସମ ସହରି ସପନ

ଏଇଅଛି ଏଇନାହିଁ।

ମିଛ ସ୍ଵପ୍ନ ଦେଖି ବାତୁଳ ମାନବ

ଭାବନା ରେ ଭାସିଯାଇ।


ଯୁବପିଢି ଆଜି ଲଗାମ ବିହିନ

ସହରୀ ସପନ ଦେଖି।

ପଥଭ୍ରଷ୍ଟ ହୋନ୍ତି ବୁଝିନପାରନ୍ତି

ଠିକିଲେ ପାରିବେ ଶିଖି।


ରଙ୍ଗିନ୍ ଆଲୋକ ଅତର ମହକ

ଡିଜେ ବାଜେ ଦୁମୁଦୁମୁ।

ରାତ୍ରୀ ଦିଶୁଥାଏ ଦିବସ ପରିକା

ନୃତ୍ୟ ସଙ୍ଗୀତରେ ଝୁମୁ।


ସହରୀ ସପନ ଭାଙ୍ଗିଦିଏ ମନ

ଜୀବନ ଲାଗଇ ଵାଜି।

ଉଚ୍ଚ‌ ଅଟ୍ଟାଳିକା ମିଛ ପ୍ରହେଳିକା

କାନ୍ଦୁଥିବ ହେଜି ହେଜି।


ଗାଁ ମାଟି ମୁଖ କିମ୍ପାଇଁ ବିମୁଖ

ସେଠି ସ୍ଵର୍ଗସୁଖ ଅଛି।

ଅଳିକ ସପନ ସୁଖ ହୁଏ ଚୁର୍ଣ୍ଣ

ମାୟା ମରିଚିକା ଅଛି।


ସହରି ସପନ କାଚ ଦରପଣ

ଭୂଲନାହିଁ ତା,ମାୟାରେ।

ପଥ ହୁଡି ଗଲେ ବିବଶ ହୋଇବ

କେହି ନଥିଵେ ସାଥିରେ।


ଦୂର ପରବତ ଦିଶଇ ସୁନ୍ଦର

କେହିବି କିଛି ଜାଣନା।

ସାଧୁ ସାବଧାନ ହୋଇଯାଅ ଆଗୁ଼ଁ

ସହରି ସ୍ଵପ୍ନ ଦେଖନା ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action