STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ଶ୍ରୀ ରାଧା ଙ୍କ ପାଦ ଦର୍ଶନ

ଶ୍ରୀ ରାଧା ଙ୍କ ପାଦ ଦର୍ଶନ

1 min
395


ତୁମ ପାଦ ଛୁଇଁ ଦେବି, ମୁ ମଥା ରେ

ଅଁଳା ନବମୀ ରେ, ସାକ୍ଷୀ ଗୋପାଳ ରେ ।


ଶରଣମ୍ ଶରଣମ୍ ଶରଣମ୍

ଶ୍ରୀ ରାଧା ତଵ ପାଦେ ଶରଣମ୍ ।


ତୁମ ପାଦରେ ଯୋଗୀ ଧ୍ୟାନ କରନ୍ତି

ତୁମ ପାଦରେ ଅଭୟ ମିଳେ ତ ଜାଣନ୍ତି ।


ତୁମ ପାଦ ଦେଖିବି ମୋ, ଆଖିରେ

ଅଁଳା ନବମୀ ରେ,ସାକ୍ଷୀଗୋପାଳ ରେ ।


ଶରଣମ୍ ଶରଣମ୍ ଶରଣମ୍

ଶ୍ରୀ ରାଧା ତଵ ପାଦେ ଶରଣମ୍ ।


ଯେଉଁ ପାଦ ନିଧିବନେ ପଡି ଥିଲା

ଘୁଙ୍ଗୁର ତାଳ ରେ ସେ ପାଦ ନାଚି ଥିଲା ।


ମୋକ୍ଷ ମିଳେ ଯେଉଁ ପାଦ ଦର୍ଶନ ରେ

ଅଁଳା ନବମୀ ରେ,ସାକ୍ଷୀ ଗୋପାଳ ରେ ।


ଶରଣମ୍ ଶରଣମ୍ ଶରଣମ୍

ଶ୍ରୀ ରାଧା ତଵ ପାଦେ ଶରଣମ୍ ।


ଉଧବ ଦିନେ ବ୍ରଜ ଧାମ କୁ ଗଲେ

ଶ୍ରୀ ରାଧା ଙ୍କ ପାଦେ ପଡି କୃଷ୍ଣ ପ୍ରେମେ ମଜିଲେ ।


ଯା ପାଦ ଧ୍ୟାନ ରେ ଶାନ୍ତି ମିଳେ,

ଅଁଳା ନବମୀ ରେ ,ସାକ୍ଷୀ ଗୋପାଳ ରେ ।


ଶରଣମ୍ ଶରଣମ୍ ଶରଣମ୍

ଶ୍ରୀ ରାଧା ତଵ ପାଦେ ଶରଣମ୍ ।


Rate this content
Log in

Similar oriya poem from Inspirational