STORYMIRROR

Pradeep Kumar Panda

Inspirational

3  

Pradeep Kumar Panda

Inspirational

ଶ୍ରୀ ପୁରୁଷୋତ୍ତମ ଜଗନ୍ନାଥ

ଶ୍ରୀ ପୁରୁଷୋତ୍ତମ ଜଗନ୍ନାଥ

1 min
953

ଦଣ୍ଡେରହି, କ୍ଷଣେ ଚାହିଁ, ପନ୍ତି ଭୋଗ ପାଇ ପାଇ

ନୃତ୍ୟ କରି ଥେଇ ଥେଇ, ଆସେ ଟାହିଆ ହଲାଇ

ନିମିଷେ ଵାଙ୍କ ଚାହାଣି, ପୁଣି ଝୁଲେ ଢ଼ଳି ଢ଼ଳି

ଵିପ୍ରଙ୍କର ଵେଦ ଧ୍ଵନି, ସୁଣି ହସେ କିରି କିରି

ଆନନ୍ଦେ କଲ୍ୟାଣ କରି, ଦାଣ୍ଡେ ଚାହେଁ ନେତ୍ର ଭରି

ଆସିନି କିଏ ସେ ଭକ୍ତ, ଜାଣି ରୁହେ ଥକାମାରି

ଭକତର ଡାକ ସୁଣି, ଭାବରେ ଦଉଡେ ପୁଣି

ଚାରମାଳପାଦଦେଶେ, ଅନାଏଁ ଘଡି କି ଘଡି

ଝରୁଥାଏ ଅଶ୍ରୁ ବାରି, ଭକତ ନୟନୁ ପୁରି

ସେତ ଭକତ ରଙ୍କୁଣା, ଵାର୍ତା ଵୁଝେ ମନ ଜାଣି

ହେଉ ଵୋଲି ଆଜ୍ଞା ଦେଇ , ଧିରେ ଚାଲେ ଭାଵଗ୍ରାହି

ଭାଵର କୁସୁମ,ପାଣି, ଵେନି ଭୁଜେ ତୋଳି ତୋଳି

ଭାବଡୋରି କସି କସି, ଭକ୍ତ ମନ ତୋଷି,ତୋଷି

ଚଢେ ନନ୍ଦିଘୋଷ ଆସି, ମୁରୁକି ମୁରୁକି ହସି

ଚହଲେ ଭକତ ମନ, କମ୍ପାଏ କ୍ଷେତ୍ର ଭୂଵନ

ଗଡେ ନନ୍ଦିଘୋଷ ରଥ, ମୋହେ ତିନିଲୋକେ ନେତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational