STORYMIRROR

DR SAMIR RANJAN BEHERA

Classics

4  

DR SAMIR RANJAN BEHERA

Classics

ଶ୍ରୀ ମନ୍ଦିର

ଶ୍ରୀ ମନ୍ଦିର

2 mins
209

ଜଗତର ନାଥ ଜଗନ୍ନାଥ

          ତୁହି କାଳିଆ ଠାକୁର

ଭକତ ଭାବରେ ବନ୍ଧା ଯେ ତୁହି

                 ରସିକ ନଟ ନାଗର ll

ଶ୍ରୀ ମନ୍ଦିର ପରା ତୋର ବାସ ସ୍ଥାନ

                ହିନ୍ଦୁଙ୍କର ସତେ ଜୀବନ

ହେଲେ ତୁ ତ ଦେଖୁନୁ ଜାତି ଭେଦ ଭାବ

           ସର୍ବତ୍ର ତୁ ବିଦ୍ୟମାନ ll

ଓଡିଶା ରାଜ୍ୟର ପୁରୀ ଜିଲ୍ଲା ତଟ

        ରହିଛି ତୋ ଶ୍ରୀମନ୍ଦିର

ବେଳାଭୂମି କୂଳେ ବଡ ଦାଣ୍ଡ ମୂଳେ

        ଦିଶୁଛି କେଡେ ସୁନ୍ଦର ll

ସାମ୍ନା ରେ ତୋର ସିଂହ ଦୁଆର ଯେ

               ଅରୁଣ ସ୍ତମ୍ଭ ଆଗରେ

ବଡଦାଣ୍ଡ ଶେଷେ ମାଉସୀ ମନ୍ଦିର

               ପାଳି ପଡ଼େ ଥରେ ବର୍ଷରେ ll

ଗଙ୍ଗ ର ରାଜା ଚୋଳ ଗଙ୍ଗଦେବ

        ଭିତ୍ତି ପ୍ରସ୍ତର ସ୍ଥାପି ଥିଲେ

ରାଜା ଇନ୍ଦ୍ରଦ୍ୟୁମ୍ନ ଦାରୁ ବ୍ରହ୍ମ କୋଳେ

        ବିଗ୍ରହ ସ୍ଥାପନ କଲେ ll

କୋଡିଏ ଫୁଟ ଉଚ୍ଚ ମେଘନାଦ ପାଚେରୀ

          ପରିବେଷ୍ଟିତ ଶ୍ରୀ ମନ୍ଦିର

ନୀଳଚକ୍ର ନେତ ପତିତପାବନ ବାନା

           ଉଡୁଥାଏ ଫର ଫର ll

ପୂର୍ବ ପାର୍ଶ୍ୱ ରେ ସିଂହଦ୍ୱାର ସ୍ଥିତ

          ପଶ୍ଚିମ ରେ ବ୍ୟାଘ୍ର ଦ୍ୱାର

ଦକ୍ଷିଣ ପାର୍ଶ୍ୱ ରେ ଅଶ୍ୱଦ୍ୱାର ଶୋଭା

        ଉତ୍ତର ରେ ହସ୍ତୀ ଦ୍ୱାର ll

ତୋ ମନ୍ଦିର ବେଢାରେ ଶୋଭା ପାଉଥାଏ

         ଆଉ ଶହେ ଆଠ ମନ୍ଦିର

ସବୁ ଦେବା ଦେବୀ ଙ୍କ ସମନ୍ୱୟ ଘଟେ

       ସତେ ଶ୍ରୀମନ୍ଦିର ତୋ ପରିବାର ll

ପ୍ରବେଶ ଦ୍ୱାର ରେ ବାଇଶି ପାହାଚ

         ଦକ୍ଷିଣେ ରୋଷେଇ ଶାଳ

ମୁକ୍ତି ମଣ୍ଡପ, କଳ୍ପ ବଟ, ହନୁମାନ ମୂର୍ତ୍ତି

         ଆଉ କାଞ୍ଚି ଗଣେଶ ଙ୍କ ମେଲାଣ ll

ପଶ୍ଚିମ ଦ୍ୱାର ରେ ନୀଳାଦ୍ରୀ ବିହାର 

       କି ମନଲୋଭା ଶୋଭା ତାର

ରାମେଶ୍ୱର ପ୍ରଭୁ ଆଉ ସିଦ୍ଧେଶ୍ୱର

       ଚକ୍ରନାରାୟଣ ଧବଳେଶ୍ୱର ll

ଉତ୍ତର ଦ୍ୱାର ରେ କୋଇଲି ବୈକୁଣ୍ଠ

            ସ୍ନାନ ସୁନା କୁଅଁ ଅବସ୍ଥିତ

ମା ଲଷ୍ମୀ ନୃସିଂହ ଶିତଳା ବରାହ

        ଉତ୍ତରାଣୀ ପ୍ରଭୁ ଲୋକ ନାଥ ll

ପତିତପାବନ ଫର ଫର ଉଡେ

       ସାରା ବିଶ୍ୱ କଲ୍ୟାଣ କରେ

ରତ୍ନ ସିଂହାସନେ ବସି ଥାଉ ପ୍ରଭୁ

      ଭାଇ ଭଉଣୀ ସାଥିରେ ll    

ଷାଠିଏ ପଉଟି ତୋ ନାମରେ ହୁଏ

          ଟିକିଏ ବି ତୁ ଖାଉନାହୁଁ

ସାରା ଜଗତକୁ ସମର୍ପି ଦେଉ ପ୍ରଭୁ

      ଭକ୍ତ ତୃପ୍ତି ହୁଏ ତାକୁ ପାଇ ll

ତୋ ମନ୍ଦିର ଛାୟା କେବେ ନ ପଡଇ

        ପକ୍ଷୀ ବି ଉପରେ ନ ଉଡଇ

ତୋ ଶ୍ରୀ ମନ୍ଦିର ର ମାହାତ୍ମ୍ୟ ବିଷୟେ

      ମୁଁ ଅଧମ କି ବର୍ଣ୍ଣନା କରି ପାରଇ ll   

ସାରା ବିଶ୍ୱ ପ୍ରସିଦ୍ଧ ତୋ ଶ୍ରୀ ମନ୍ଦିର

          କେତେ ଇତିହାସ ଗାଏ

ଜଗତର ନାଥ ଜଗନ୍ନାଥ ପ୍ରଭୁ

          ଜଗତ ପାଳକ ଥାଏ ll

  


ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Classics