STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ଶ୍ରୀ ଲକ୍ଷ୍ମୀ ବନ୍ଦନା

ଶ୍ରୀ ଲକ୍ଷ୍ମୀ ବନ୍ଦନା

1 min
397


ବନ୍ଦଇ କମଳା ମାଗୋ 

   ଶ୍ରୀ ହରିଙ୍କ ପ୍ରିୟା

ବନ୍ଦଇ ପରମ ଲକ୍ଷ୍ମୀ

   ସାଗର ତନୟା।


କମଳ ବାସିନୀ ମାଗୋ

  ବିଷ୍ଣୁ ପାଟରାଣୀ

ଛପନ କୋଟି ଜୀବର

  ପଡ଼ି ଦାତ୍ରି ପୁଣି।


ଶଙ୍ଖ ଚକ୍ର ଗଦା ପଦ୍ମ

  ଶ୍ରୀ ଭୂଜରେ ରାଜେ

ତୋ କୃପାରେ ପ୍ରତି ଗୃହେ

  ଆନନ୍ଦ ବିରାଜେ।


ଗୁରୁବାର ପ୍ରିୟ ବାର

   ଅଟେ ମାଆ ତୋହର

ଶୁକ୍ଳ ଦ୍ରବ୍ୟରେ ଶ୍ରଦ୍ଧା

  ଅଟଇ ମାଆ ତୋର।


ପରସ୍ପର ସ୍ନେହ ଶ୍ରଦ୍ଧା

  ଥାଏ ଯେଉଁ ଘରେ

ସେ ସଦନେ ବିରାଜୁ ମାଆ

  ଅତ୍ୟନ୍ତ ସ୍ନେହ ରେ।


ବିଷ୍ଣୁ ପାଟରାଣୀ ତବ 

   ଶ୍ରୀ ପଦେ ଶରଣ

ଅଧମ ସନ୍ତାନ କୁ ମାଆ

   କର ପରିତ୍ରାଣ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational