STORYMIRROR

Antaryami Sahu

Inspirational

4  

Antaryami Sahu

Inspirational

ଶ୍ରୀ ଗୁରୁକୃପା

ଶ୍ରୀ ଗୁରୁକୃପା

1 min
195

ଜନ୍ମର ପ୍ରାରମ୍ଭୁ କିଛି ଶିଖିବାକୁ

ଆବଶ୍ୟକ ଗୁରୁଙ୍କର  

ପ୍ରଥମ ଗୁରୁଟି ମାତା ପିତା ଦ୍ଵୟ

ତାଙ୍କ ପାଦେ ନମସ୍କାର I୧I


ଶୈଶବ କାଳରୁ ଆବଶ୍ୟକ ପଡେ

ଶିକ୍ଷା ପାଇଁ ଶିକ୍ଷା ଗୁରୁ  

ଯାହା କୃପା ହେତୁ ସମାଜେ ମଣିଷ

ବିଚରେ ଗୁରୁକୃପାରୁ ।୨।


ହାତ ଧରି ଗୁରୁ ବିଦ୍ୟା ଶିକ୍ଷା ଦେଲେ

ଚିହ୍ନାଇଲେ ବାକ୍ୟ ପଦ 

ତାଙ୍କ ଆଶିର୍ବାଦେ ବଡ ହୋଇ ଲୋକେ

ଲଭିଥାନ୍ତି ଉଚ୍ଚପଦ ।୩।


ଶିକ୍ଷା ଗୁରୁ ଜାଣ ଅନେକ ଅଟନ୍ତି

ଦୀକ୍ଷା ଗୁରୁ ଏକ ଅଟେ 

ବିଭୁ କୃପା ହେଲେ ଗୁରୁ ଦୟାକରି

ଚିହ୍ନାଅନ୍ତି ନନ୍ଦ ଚାଟେ ।୪।


ଜନ୍ମ-ମୃତ୍ୟୁ ଚକ୍ର ମାୟା ସଂସାରର

ଶିକ୍ଷା ଦେଇଥାନ୍ତି ଗୁରୁ  

ଭଗବତ ପ୍ରାପ୍ତି କୃଷ୍ଣ ଠାରେ ମତ୍ତି

ମିଳେ ଗୁରୁଙ୍କ କୃପାରୁ ।୫।


ଶିକ୍ଷା ଗୁରୁ ହେଉ ଅବା ଦୀକ୍ଷା ଗୁରୁ 

ଗୁରୁ ଈଶ୍ଵର ସାକ୍ଷାତ 

ଶ୍ରୀଗୁରୁ ଚରଣେ ମତ୍ତି ରହୁ ମୋର

କୋଟି କୋଟି ଦଣ୍ଡବତ । ୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational