Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pradeep Panda

Inspirational

2  

Pradeep Panda

Inspirational

ଶ୍ରୀ ଭାଗବତ ମହିମା

ଶ୍ରୀ ଭାଗବତ ମହିମା

1 min
242



ସ୍ୱୟଂ ବାଙ୍ମୟ ମୂରତି ଭାଗବତ |

ଶ୍ରଦ୍ଧା ବିଶ୍ୱାସ ଶକତି ଭାଗବତ ||

     ଭକ୍ତ ଭଗବାନ କଥା ଭାଗବତ |

     ସାଧୁ ସନ୍ଥଙ୍କର ପନ୍ଥା ଭାଗବତ ||

ମୁକ୍ତି ପଥ ପ୍ରଦର୍ଶକ ଭାଗବତ |

ଶୁଭ ଶାନ୍ତି ପ୍ରଦାୟକ ଭାଗବତ ||

     ସତ୍ୟ ଧର୍ମର ପ୍ରତୀକ ଭାଗବତ |

     ଇଷ୍ଟଧର୍ମର ପ୍ରେରକ ଭାଗବତ ||

ସୃଷ୍ଟି ରହସ୍ୟ ଚରିତ ଭାଗବତ |

ଲୀଳା ଅବତାର କଥା ଭାଗବତ ||

     ସତ୍ତ୍ୱଜ୍ଞାନ ପ୍ରବର୍ତ୍ତକ ଭାଗବତ |

     ଦିବ୍ୟଭାବ ରସାତ୍ମକ ଭାଗବତ ||

ବ୍ରହ୍ମସୂତ୍ରର ଦ୍ୟୋତକ ଭାଗବତ |

ବ୍ରହ୍ମକୁଳ ସଂରକ୍ଷକ ଭାଗବତ ||

     ସର୍ବଜୀବ ସୁଚିନ୍ତକ ଭାଗବତ |

     ଭବଭୟ ନିବାରକ ଭାଗବତ ||

ବେଦ ବେଦାନ୍ତର ସାର ଭାଗବତ |

ଆତ୍ମ କଲ୍ୟାଣର ମୂଳ ଭାଗବତ ||

     ଯୋଗ ସାଧନାର ମନ୍ତ୍ର ଭାଗବତ |

     ଜୀବ ମୋକ୍ଷ ବିଧାୟକ ଭାଗବତ ||

ଜନ୍ମ କର୍ମ ନିୟାମକ ଭାଗବତ |

ପାପ ତାପ ବିଧ୍ୱଂସକ ଭାଗବତ ||

     ମୋହ ମାୟା ବିନାଶକ ଭାଗବତ |

     ଷଡରିପୁ ନିୟନ୍ତ୍ରକ ଭାଗବତ ||

ସ୍ମୃତିଶାସ୍ତ୍ର ପ୍ରଚାରକ ଭାଗବତ |

ସେବାଧର୍ମ ସମର୍ଥକ ଭାଗବତ ||

     ଗୁରୁ ଗୌରବ ସୂଚକ ଭାଗବତ |

     ମାନ ଗର୍ବ ବିମର୍ଦ୍ଦକ ଭାଗବତ ||

ବ୍ୟାସଦେବଙ୍କ ସୁକୀର୍ତ୍ତି ଭାଗବତ |

ଦୁଃଖୀ ଦରିଦ୍ର ସମ୍ପତ୍ତି ଭାଗବତ ||

     କଳି କାଳରେ ଅମୋଘ ଭାଗବତ |

     ନିତ୍ୟ ପଠନର ଯୋଗ୍ୟ ଭାଗବତ ||


Rate this content
Log in

Similar oriya poem from Inspirational