Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anita Dash

Inspirational Others

3  

Anita Dash

Inspirational Others

ଶ୍ରେଷ୍ଠ ସନ୍ନ୍ୟାସୀ ବିବେକାନନ୍ଦ

ଶ୍ରେଷ୍ଠ ସନ୍ନ୍ୟାସୀ ବିବେକାନନ୍ଦ

1 min
279



ଶିଷ୍ୟ ନରେନ୍ :


"ଆମ ପୁରାତନ ପରମ୍ପରା କହେ

ମନୁଷ୍ୟ ଜୀବନ ଲକ୍ଷ୍ୟ,

ଧର୍ମ-ମୋକ୍ଷ-ଅର୍ଥ-କାମ, ଚତୁଃବର୍ଗ

ପ୍ରାପ୍ତି ପାଇଁ ସଦା ରତ ।


ଚତୁଃବର୍ଗ ପ୍ରାପ୍ତି ପାଇଁ ନର ହୁଏ

ଚାରୋଟି ପର୍ଯ୍ୟାୟ ପାରି ,

ବ୍ରହ୍ମଚାରୀ,ଗୃହୀ, ବାନପ୍ରସ୍ଥୀ, ଯୋଗୀ

ଧରମ ପାଳନ କରି ।


ସନ୍ନ୍ୟାସ ଧର୍ମରେ ମୋକ୍ଷ ପ୍ରାପ୍ତି ପାଇଁ

ତେଜି ଗୃହ ପରିଜନ,

ଅରଣ୍ୟେ କଠିନ ତପ ସାଧନାରେ

ସମାଧୀରେ ହୁଏ ଲୀନ ।


ଆହେ ଗୁରୁଦେବ! ଦିଅ ଆଶୀର୍ବାଦ,

ପାଏ ନିର୍ବିକଳ୍ପ ସିଦ୍ଧି,

ପରମାତ୍ମା ସହ ଲୀନ ହେଉ ଆତ୍ମା

ଲଭେ ମୁଁ ମୋକ୍ଷ ସମାଧି ।"


ଗୁରୁ ରାମକୃଷ୍ଣ :


"ପ୍ରିୟ ଶିଷ୍ୟ ବୋଲି ତୁମଠାରେ ମୁହିଁ

ରଖିଅଛି ଉଚ୍ଚ ଆଶ ,

ନିଜ ମୁକ୍ତି ପାଇଁ ବ୍ୟାକୁଳ ହେଉଛ

ହୀନ ତୁମ ଆଦରଶ ।


ଜାଗତିକ ସୁଖ ତେଜି, ନିଜ ମୁକ୍ତି-

ସାଧନା ସ୍ୱାର୍ଥପରତା,

ଜନ ହିତ ପାଇଁ ଜୀବନ ଉତ୍ସର୍ଗ

ପ୍ରକୃତ ସନ୍ନ୍ୟାସୀ ଚିନ୍ତା ।"


ଗୁରୁଙ୍କ ଅକାଟ୍ୟ ଧିକ୍କାର ବଚନ

ଶୁଣି ଶିଷ୍ୟ ମହାଭାଗ,

ହୃଦୟେ ଗଭୀର ରେଖାପାତ କରି

ଚେତେଇଲା ନୂଆ ଦିଗ ।


ଆକୁମାରୀ ହିମାଚଳ ବୁଲି, ଜଡ-

ଅଜ୍ଞାନତା, ଦରିଦ୍ରତା,

କରିବାକୁ ଦୂର ବିଗଳିତ ପ୍ରାଣେ

ବ୍ରତୀ ହେଲେ ମହାନେତା ।


"ବହୁ ଜନ ସୁଖ, ବହୁ ଜନ ହିତ"

ପାଇଁ ସନ୍ନ୍ୟାସୀ ଜନମ,

"ଯହିଁ ଜୀବ ତହିଁ ଶିବ" କରମରେ

ନରେନ ହୋଇଲେ ଧନ୍ୟ ।


'ଅଦୈତ୍ୟ ବାଦର' ଭିତ୍ତିରେ ଗଢିଲେ

ସେବା ଧରମ ପ୍ରାସାଦ,

ବିଶ୍ବ ଦରବାରେ ପରିଚିତ କଲେ

ହିନ୍ଦୁ ଧରମର ଭେଦ ।


ଗୁରୁ ରାମକୃଷ୍ଣ ବଦଳାଇଦେଲେ

ଆବାହମାନର ଧାରା,

ଅନୁସରି ଶିଷ୍ୟ ବିବେକାନନ୍ଦ

ଶ୍ରେଷ୍ଠ ସନ୍ନ୍ୟାସୀ ଧରା ।


Rate this content
Log in

Similar oriya poem from Inspirational