STORYMIRROR

Sudhanjali Mishra

Abstract

2  

Sudhanjali Mishra

Abstract

ଶ୍ରେଷ୍ଠ ପୁସ୍ତକ ଭଗବତ ଗୀତା

ଶ୍ରେଷ୍ଠ ପୁସ୍ତକ ଭଗବତ ଗୀତା

1 min
374

ଶ୍ରେଷ୍ଠ ପୁସ୍ତକ ଭଗବତ ଗୀତା

ଉତ୍ସବ ବ୍ୟସନେ ମୁଦିକୁ ପିନ୍ଧାଇ

ସଂସାରରେ ବାନ୍ଧିଦେଲ

ବର୍ଷକର ଶିଶୁ କୋଳରେ ଦେଇମୋ

ଅଧାରେ ହାତ ଛାଡିଲ

ଭାଗ୍ୟ ସହିଲାନି ଦାଉ ଯେ ସାଧିଲା

ଘର ମୋର ଭାଙ୍ଗିଦେଲା

ଚାବି ପେନ୍ଥା ଆଉ କର୍ତ୍ତବ୍ୟ ଡୋରିରେ

ପାଦକୁ ମୋ ବାନ୍ଧିଦେଲା

ତୁମ ଦେଖା ପଥେ ଅନୁସରି ଚାଲେ

ଜୀବନେ ଯାଇନି ହାରି

ପ୍ରଭୁଙ୍କ ଆଶିଷ ଗୁରୁଜନ ସ୍ନେହ

ଦୁହିଙ୍କୁ ନେଲେ ଆବୋରି

ପର ଉପକାର ପାଇଁ ଜନ୍ମିଥିଲ

ବୀଜ ଦେଲ ସିନା ବୁଣି

ଘର,ଅନୁଷ୍ଠାନ ଏବେ ବି ଝୁରୁଛି

ତୁମ ଭଲଗୁଣ ଗୁଣି 

ମାୟା ସଂସାରରେ ଛନ୍ଦିହୋଇ ମୁହିଁ

ଭଜେ ରାମ କୃଷ୍ଣ ହରି

କେବେ ଉଦ୍ଧାରିବ ମାୟା ବନ୍ଧନରୁ

ହେବି ମୁଁ ଏଭବୁ ପାରି

ତେଣୁ ମୁଁ ପାଇଲି ଉତ୍ତମ ପୁସ୍ତକ

ନାମ ଭଗବତ ଗୀତା

ପାଇଲି ସେଥିରୁ ଗୁଢ଼ ମୂଳମନ୍ତ୍ର

ଜୀବନର ସାର୍ଥକତା

ଯାହା ତ ହୋଇଛି ଭଲ ତ ହୋଇଛି

ଯାହା ହେବ ଭଲହେବ

କର୍ମରେ ତଲ୍ଲୀନ ହୋଇ କର୍ମ କର

ମାୟାଭବୁ ପାର ହେବ

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract