STORYMIRROR

Jayashree Maharana

Abstract

3  

Jayashree Maharana

Abstract

ଶ୍ରେଷ୍ଠ କାର୍ତ୍ତିକ

ଶ୍ରେଷ୍ଠ କାର୍ତ୍ତିକ

1 min
414

ଆହା କି ମଧୁର ସଂସ୍କୃତି ଆମର

ପ୍ରଥା,ପରମ୍ପରା,ଧର୍ମ

ବାରମାସେ ତେର ଯାତରା ପରବ

ଭକ୍ତି ଶକ୍ତି ପୂଜା କର୍ମ


ଆଶ୍ୱିନ ଫେରିଛି ପ୍ରକୃତି ବକ୍ଷରୁ

ହସଖୁସି ବୁଣିଦେଇ

ମାଆ ଦୁର୍ଗାଙ୍କର ଅପାର କରୁଣା

ଲଭିଅଛି ସାରା ମହୀ


ଶୁଭ୍ର କାଶତଣ୍ଡି ମଳିନ ହେଲାଣି

ବୟସ ତା' ସରିଲାଣି

କ୍ଷେତରେ ସବୁଜ ଧାନ ଗଛ ବଢି

ପବନରେ ଝୁମିଲାଣି


ମାସ ମଧ୍ୟେ ଶ୍ରେଷ୍ଠ କାର୍ତ୍ତିକ ମାସର

ଆଗମନ ହୋଇଅଛି

ସକାଳୁ ସକାଳୁ ଘଣ୍ଟ କାହାଳୀର 

ମିଠା ଧ୍ୱନି ଶୁଭୁଅଛି


ମନ୍ଦିର ପ୍ରାଙ୍ଗଣ କମ୍ପି ଉଠୁଅଛି

ଭକ୍ତଙ୍କର କୋଳାହଳେ

ଗାଁ ଗହଳିରେ ପୂଜା କରୁଛନ୍ତି

ସର୍ବେ ଚଉରାର ମୂଳେ


ଭଜନ କୀର୍ତ୍ତନ ଜଣାଣ ଶୁଭୁଚି

ବାଦ୍ୟ ଖୋଳ ତାଳେ ତାଳେ

ପୁରାଣ ପୋଥିର ମହତ ସୁବାଣୀ

ଶୁଭୁଅଛି ସନ୍ଧ୍ୟାବେଳେ


କାର୍ତ୍ତିକ ମାସର ଶୁଭ ଅବସରେ

କୁକର୍ମକୁ ତେଜି ଦେଇ

ଦାନ ଧର୍ମ ପଥ ଆଦରେ ମଣିଷ

ପୂଣ୍ୟ ଅରଜନ ପାଇଁ


ଭକ୍ତି ପରିବେଶ ଭରିଦେଉଅଛି

ମନେ ଅସରନ୍ତି ତୃପ୍ତି

ଜୀବନ ଜଞ୍ଜାଳେ ବ୍ୟଥିତ ମଣିଷ

ହୋଇଥାଏ ଶାନ୍ତି ପ୍ରାପ୍ତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract