STORYMIRROR

Sukanti Hotta

Abstract

2  

Sukanti Hotta

Abstract

ଶ୍ରେଷ୍ଠ ବନ୍ଧୁ

ଶ୍ରେଷ୍ଠ ବନ୍ଧୁ

1 min
242

ପ୍ରକୃତ ବନ୍ଧୁର ସନ୍ଧାନରେ ଦିନେ

ଖୋଜିବାକୁ ବାହାରିଲି

ସ୍ୱାର୍ଥ ଦୁନିଆରେ ସ୍ୱାର୍ଥପର ଦେଖି

ଅବାକ ହୋଇଗଲି


ବର୍ଷା ଯେଉଁ ଆଡେ ଛତା ସେଇ ଆଡେ

ଏମିତି ଲୋକ ଦେଖିଲି

ମିଛ ବନ୍ଧୁ ଆଉ ପ୍ରହସନ ବନ୍ଧୁ

ଅନେକ ମୁଁ ପାଇଲି


ଥକା ହୋଇଯାଇ ଗଛ ମୂଳଟିରେ

ବିଶ୍ରାମ ଟିକେ ମୁଁ ନେଲି

ପ୍ରକୃତ ବନ୍ଧୁ ପଞ୍ଚତତ୍ତ୍ୱ ବୋଲି

ମନରେ ମୁଁ ଭାବିଲି


ପୃଥିବୀ ପାଣି ବାୟୁ ଅଗ୍ନି ଆକାଶ ସୁମରି

ପ୍ରଣିପାତ ମୁଁ ହେଲି

ଏମାନେ ଅଟନ୍ତି ପ୍ରକୃତ ବନ୍ଧୁ

ଶିକ୍ଷା ମୁଁ ପାଇଗଲି


ଶରୀର ମୋହର ଦୁର୍ବଳ ଲାଗିଲା

ପାଣି ଆଞ୍ଜୁଳେ ପିଇଲି

ସବୁଠାରୁ ଶ୍ରେଷ୍ଠ ଆରୋଗ୍ୟ ବନ୍ଧୁ

ଉତ୍ତର ପାଇଗଲି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract