ଶ୍ରେଷ୍ଠ ବିନ୍ଧାଣୀ
ଶ୍ରେଷ୍ଠ ବିନ୍ଧାଣୀ
ସୁନ୍ଦର ମନ
ଉଦାର ହୃଦୟ
ସହନଶୀଳତାର ମୂର୍ତ୍ତିଟିଏ ।
ଭାବର ଠାକୁର
ପ୍ରେମର ପ୍ରେମିକା
ସିଏ ସେପରି
ତାକୁ ପୂଜଇ ଯିଏ ।।
ଯୁଦ୍ଧ ଭୂମିର ବିରଙ୍ଗନାଟି
ସନ୍ତାନଙ୍କ ପାଇଁ ବନ୍ଧୁ ଟିଏ ।
ଅଭାବ କଷଣ
ସ୍ୱାମୀର ପାଖକୁ
ଆଦଉ ଯିଏ ନ ପୁରାଇ ଦିଏ ।।
ସତ କୁହ କି ମିଛ
ସରଳ ଗୁଣରେ ବିଶ୍ୱାସେ ନିଏ ।
ହୀନ ଖାଇ ସଦା
ଶ୍ରୀ ବୃଦ୍ଧି କରିବା
ଯାହାର ଏପରି ଭାବନା ଥାଏ ।।
କବାଟ କଣର
ସାମଗ୍ରୀ ନୁହଁ ସେ
ଦେଶର ମେରୁଦଣ୍ଡ ।
ସଠିକ ବେଳରେ ଅଣ୍ଟାକୁ ଭିଡ଼ି
ଶତ୍ରୁକୁ କରେ ଖଣ୍ଡ ଖଣ୍ଡ ।।
ସ୍ରଷ୍ଟାଙ୍କ ସୃଷ୍ଟିରେ ସୁନ୍ଦର ପ୍ରାଣ
ସଭିଙ୍କ ଭାଗ୍ୟରେ ମିଳନ୍ତି ନାହିଁ ।
ଘର ବାହାରକୁ
ସଜଡ଼ା ସଜାଡି
ପାରେ କରେ ଏହି ଶ୍ରେଷ୍ଠ ବିନ୍ଧାଣୀ ।।
