STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ଶ୍ରେଷ୍ଠ ଭକ୍ତ ବୀର ହନୁମାନ

ଶ୍ରେଷ୍ଠ ଭକ୍ତ ବୀର ହନୁମାନ

1 min
179


ତୁହି ସିନା ଜଗେ ଶ୍ରେଷ୍ଠ ଭକ୍ତ ଅଟୁ


ବିଶ୍ବକର୍ତ୍ତା ରାମଙ୍କର,


ଆତ୍ମାରେ ତୋହର ପ୍ରମାତ୍ମା ଯୋଡିଲୁ


ନାହିଁ ତାର ପଟାନ୍ତର।


ଭକ୍ତ ତୋର ପରି ନାହାଁନ୍ତି ସଂସାରେ


ଭକ୍ତ ତୁହି ସର୍ବୋପରି,


କି ଦେଇ ପୂଜୀବି ଆହେ ଭକ୍ତଶ୍ରେଷ୍ଠ


କିଛି ହିଁ ନାହିଁ ମୋହରି।


ଯାହା କିଛି ଅଛି ପ୍ରଭୁଙ୍କର ଅଛି


ମୋହର ତ କିଛି ନାହିଁ


ପ୍ରେମ ଭକ୍ତି ଦେଇ ପୂଜୀବି ହେ ଭକ୍ତ


କୄପାଦୄଷ୍ଟି ଦିଅ ତହିଁ।


ତହରି ଜୟନ୍ତୀ ଭକ୍ତ ହନୁମାନ


କୋଟି ପ୍ରଣିପାତ ମୋର,


ହାର୍ଦ୍ଦିକ ଶୁଭେଛା ଆଭିନନ୍ଦନଟି


ଦେଶବାସୀଙ୍କୁ ଟି ମୋର।


ତୋହରି କରୁଣା ପଡୁ ଏ ଦେଶରେ


ଦୂର ହେଉ ରୋଗ ଏହି


କରୋନା ଯନ୍ତ୍ରଣା ଅତି ଭୟଙ୍କର


ଦୂର କର ନାଥ ତୁହି।


ତୁହି ସିନା ଜଗେ ଶ୍ରେଷ୍ଠ ଭକ୍ତ ଅଟୁ


ବିଶ୍ବକର୍ତ୍ତା ରାମଙ୍କର,


ଆତ୍ମାରେ ତହର ପ୍ରମାତ୍ମା ଯୋଡିଲୁ


ନାହିଁ ତାର ପଟାନ୍ତର।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational