STORYMIRROR

Chittaranjan Parida

Inspirational

4  

Chittaranjan Parida

Inspirational

ଶ୍ରେଷ୍ଠ ଅଲମ୍ପିଆନ

ଶ୍ରେଷ୍ଠ ଅଲମ୍ପିଆନ

1 min
23K

ନିଜ ଓଜନଠାରୁ ଦୁଇଗୁଣ ଉଠାଉଥିବା

        ଭାରଉତ୍ତୋଳକ

        ପ୍ରଶିକ୍ଷଣ ନିଏ

         ଅଭ୍ୟାସ କରେ

ସୁଦୃଢ ପେଶୀ ଗଠନେ, ଦୀର୍ଘଜୀବନ

ଆଉ ପ୍ରତିଯୋଗିତା ନିମନ୍ତେ,

ଯାହା ଗୋଟିଏ ଦିନର ନୁହେଁ

ଅନେକ ଦିନର,

ଆଶା -ନିଜେ ବିଜୟୀ ହେବା

ଦେଶର ଜୟ ଜୈତ୍ର ଉଡାଇବା ।

କିନ୍ତୁ; ମହିୟସୀ ମହିଳାଟେ

ଗର୍ଭରେ ଦଶମାସ ଦଶଦିନ

ପିଲାଟିର ଭାର ବୋହିଚାଲିଥାଏ,

ପରିବାରର ବୋଝ

ନିଜ ଜୀବନର ବୋଝ ସହିତେ

ସମାଜର ବୋଝକୁ

ବିନା ପ୍ରଶିକ୍ଷଣ-ବିନା ଅଭ୍ୟାସରେ

କାନ୍ଧରେ କାନ୍ଧେଇ ଥାଏ ।

ସେ'ତ ଶ୍ରେଷ୍ଠ ଅଲମ୍ପିଆନ 

    ଭାରଉତ୍ତୋଳକ

ଧରିତ୍ରୀ ସମ ନିଜ ଓଜନଠାରୁ

ଶହ ଶହଗୁଣ ଓଜନ ବୋହିଚାଲିଛି

ନା'ପ୍ରତିବାଦ ଅଛି

ନା'ପ୍ରତିକ୍ରିୟା ଅଛି

କର୍ତ୍ତବ୍ୟର ବୋଝକୁ ବୋହି ଚାଲୁ ଚାଲୁ

ସେ କେବେ ଥକି ପଡେନା

    ବୋହିଚାଲିଥାଏ

ଅନ୍ୟର ବୋଝର ଭାରାକୁ

କେବେ ନଇଁ ପଡେନା

କି କେବେ ଭାଙ୍ଗି ପଡେନା

    ଖୁସିହୁଏ

ଆନ ମୁଖେ ଦେଖି

ଚେନାଏ ହସକୁ ।

          


Rate this content
Log in

Similar oriya poem from Inspirational