STORYMIRROR

Nrusingha Narayan Tripathy

Classics Inspirational Others

4  

Nrusingha Narayan Tripathy

Classics Inspirational Others

ଶ୍ରଦ୍ଧାରେ ସାଉଁଟେ ଶରଧାବାଲି

ଶ୍ରଦ୍ଧାରେ ସାଉଁଟେ ଶରଧାବାଲି

1 min
316


ଶ୍ରଦ୍ଧାରେ ସାଉଁଟେ ଶରଧାବାଲି

ଆନନ୍ଦେ ତାହାକୁ ମୁଣ୍ଡରେ ବୋଳି

ଭାବରେ ଭାବୁଛି ମୁକ୍ତିର ଧୂଳି

ପୁଣ୍ୟର ପସରା ଯାଉଟି ଖୋଲି ll


ରଥ ଚକ ଏଠି ଯାଇଛି ଗଡି

ଚୌରାଶି ନର୍କକୁ ଦେଇଛି ତଡି

ପରଂବ୍ରହ୍ମ ଦାରୁ ରଥରେ ଚଢି

ପବିତ୍ର କରିଛି ଶ୍ରଦ୍ଧାର ମାଟି ll


କୋଟି କୋଟି ଭକ୍ତ ପାଦର ଧୂଳି

ଦାଣ୍ଡରେ ଲୋଟୁଛି କଣିକା ଭଳି

ସାଧୁ ସନ୍ଥଙ୍କର ତପସ୍ୟା ସ୍ଥଳୀ

ସ୍ମାରକୀ ବହନେ ଶରଧା ବାଲି ll


ପତିତ ପାବନ ପ୍ରଭୁ ଶ୍ରୀହରି

ଲୀଳା କରୁଛନ୍ତି ପୁରୀରେ ରହି

ମହିମା ତାଙ୍କର ପ୍ରସାର କରି

ଶ୍ରଦ୍ଧାରେ ଡାକନ୍ତି କଲ୍ୟାଣ ପାଇଁ ll


ଶରଧା ବାଲିକୁ ବୋଳି ଦେହରେ 

ଭକତ ଭଜଇ ପ୍ରଭୁ ଭକ୍ତିରେ

ଭାବ ବିନୋଦିଆ ଚକା ଆଖିରେ

ଆଶିଷ ଦିଅଇ ଖୁସି ମନରେ ll


ଶରଧା ବାଲିରେ ମୁଣ୍ଡିଆ ମାରି

ଦୁଃଖ ଜଣାଇଲେ ଶୁଣେ ଦୈତାରୀ

ସତ୍ୟ ଧର୍ମ ପଥ ଦିଏ ବତାଇ

ସଂସାର କଷଣ ଯାଏ ଦୁରେଇ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics