STORYMIRROR

Ajit Kumar Raut

Tragedy

3  

Ajit Kumar Raut

Tragedy

ଶ୍ରଦ୍ଧାଞ୍ଜଳି

ଶ୍ରଦ୍ଧାଞ୍ଜଳି

1 min
185


ବିଖ୍ୟାତ ଆଙ୍କର୍    ସତ୍ୟର ପୂଜାରୀ

    ସତ୍ୟ ମାର୍ଗ ମନ୍ତ୍ର ଥିଲା 

କର୍ତ୍ତବ୍ୟ ପଥରୁ     ଛାଡି ଆଜି ସେହୁ

    ପ୍ରଭୁ ଚରଣେ ମିଶିଲା।୧।


ସତ୍ୟ ଘଟଣାକୁ    ଉଜାଗର କରି

    ଜନେ ଜନେ ରଖୁ ଥିଲେ

ପବିତ୍ର ଆତ୍ମାକୁ    ଛାଡ଼ି ଆଜି ସେହୁ

    ପ୍ରମାତ୍ମାରେ ମିଶି ଗଲେ।୨।


ରୋହିତ ଆଗରେ    ସରଦାନା ଥିଲା

    ନାମ ରହିଗଲା ଭବେ

କର୍ତ୍ତବ୍ୟ ପଥରେ    ଆଗୁଆ ହୋଇଣ

    ଛାପ ଛାଡି ଗଲା ଭବେ।୩।


ଭକ୍ତି ଶ୍ରଦ୍ଧାଞ୍ଜଳି    କୋଟି ପ୍ରଣିପାତ

    ବିଚ୍ଛିନ୍ନାଚଳରୁ ମୋର

ଉଚିତ ସ୍ଥାନଟି    ଦେବେ ଜଗନ୍ନାଥ

    ବିଶ୍ୱାସ ରହିଛି ମୋର।୪।


ଟିଭି ଚେନେଲରୁ    ଦୀପ ଖସି ଗଲା

   ଦୁର୍ଭାଗ୍ୟ ଅଟେ ଦେଶର

କର୍ମ ପ୍ରତିମୂର୍ତ୍ତି     ସତ୍ୟ ପ୍ରତିମୂର୍ତ୍ତି 

   ନାମ ରଖି ଦେଲା ତାର।୫।


ବିଖ୍ୟାତ ଆଙ୍କର୍    ସତ୍ୟର ପୂଜାରୀ

   ସତ୍ୟମାର୍ଗ ମନ୍ତ୍ର ଥିଲା

କର୍ତ୍ତବ୍ୟ ପଥରୁ     ଛାଡି ଆଜି ସେହୁ

   ପ୍ରଭୁ ଚରଣେ ମିଶିଲା।୬।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy