STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ଶ୍ରଦ୍ଧାଞ୍ଜଳି

ଶ୍ରଦ୍ଧାଞ୍ଜଳି

1 min
247


ସ୍ୱାଧୀନତା ପରେ ରାଜେନ୍ଦ୍ର ପ୍ରସାଦ

ଆଗ ରାଷ୍ଟ୍ରପତି ହେଲେ

ରାଷ୍ଟ୍ରଭକ୍ତି ଆଉ ରାଷ୍ଟ୍ରବାଦୀ ହେବା

ମନ୍ତ୍ରଟି ଦେଶକୁ ଦେଲେ।୨।


ଭାରତ ରତ୍ନ ସେ ଅପୂର୍ବ ଜ୍ଞାନୀ ସେ

ଜଗତକୁ ଶିକ୍ଷା ଦିଏ

ପୂଣ୍ୟତିଥି ତାଙ୍କ ପବିତ୍ରତିଥି ଏ

ଶ୍ରଦ୍ଧାଞ୍ଜଳି ଦେଉ ଥାଏ।୨।


କର୍ମବୀର ସିଏ ଧର୍ମବୀର ସିଏ

ଦେଶକୁ ଭବିଷ୍ୟ ଦିଏ

ରାଷ୍ଟ୍ରବାଦୀ ମନ୍ତ୍ର ଦେଶର କଲ୍ୟାଣେ

ଦେଶରେ ସ୍ଥାପିତ ହୁଏ।୩।


ବିଚ୍ଛିନ୍ନାଚଳରୁ ଓଡ଼ିଆ ଭାଇ ସେ

ଶ୍ରଦ୍ଧାଞ୍ଜଳି ଦେଉ ଥାଏ

ଶ୍ରଦ୍ଧାର ପୁଷ୍ପର ପୁଷ୍ପାଞ୍ଜଳି ଦେଇ

ମନର ପବିତ୍ର ହୁଏ।୪।


ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନଟି

ଦେଶବାସୀଙ୍କୁ ମୋର

ପବିତ୍ର ଦିନର ପବିତ୍ର ରହୁ

ବିକାଶ ହେଉ ଦେଶର।୫।


ଜ୍ଞାନର ପ୍ରଦୀପ ଜଳି ଉଠୁ ପୁଣି

ଅନ୍ୟାୟର ହେଉ ଦୂର

ଦେଶ ଶତ୍ରୁଙ୍କର ବିନାଶ ହେଉଟି

ଭ୍ରଷ୍ଟାଚାର ହେଉ ଦୂର।୬।


ଆତ୍ମନିର୍ଭରରେ ଯୋଡିତ ଏ ଦେଶ

ଆତ୍ମବିଶ୍ୱାସରେ ଭରୁ

ବିଶ୍ୱଗୁରୁ ସ୍ୱପ୍ନ ପୂରଣ ହେଉ ହେ

ଧର୍ମପଥ ସଦା ରହୁ।୭।


ସ୍ୱାଧୀନତା ପରେ ରାଜେନ୍ଦ୍ର ପ୍ରସାଦ

ଆଗ ରାଷ୍ଟ୍ରପତି ହେଲେ

ରାଷ୍ଟ୍ରଭକ୍ତି ଆଉ ରାଷ୍ଟ୍ରବାଦୀ ହେବା

ମନ୍ତ୍ରଟି ଦେଶକୁ ଦେଲେ।୮।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational