STORYMIRROR

Prafulla Chandra Mishra

Inspirational

4  

Prafulla Chandra Mishra

Inspirational

ଶ୍ରଦ୍ଧାଞ୍ଜଳି ଦେବୀ ସୁଷମା ସ୍ବରାଜ

ଶ୍ରଦ୍ଧାଞ୍ଜଳି ଦେବୀ ସୁଷମା ସ୍ବରାଜ

1 min
288


ଭାରତ ମାଆର 

   ଅଲିଅଳି ବାଳା

   ସୈାନ୍ଦର୍ଯ୍ୟ ପସରା ଖଣି,

ଭାରତେ ଭାରତୀ 

   ସମ ବୁଦ୍ଧିମତୀ

    ଅବା ମରକତ ମଣୀ  ।।

ଶୈଶବ କାଳରୁ

    ଝଟକି ଝଳିଲା

    ସତେ ଅବା କ୍ଷଣପ୍ରଭା,

ଚମକି ଉଠିଲା 

    ଚମକାଇ ଦେଲା

   ବିଶ୍ଵ ସାରା ତା ପ୍ରତିଭା ।।

ଜୀବନ୍ତ ଦେବୀ ସେ

    ଲୈ।ହମାନବୀ ସେ

    ସମଦର୍ଶି ତପସ୍ଵିନୀ,

ଅଜାତଶତ୍ରୁ ସେ 

    ସାଥି, ନାରୀ ଜାତି

    ମୁକୁଟ ହୀନ ସାମ୍ରାଜ୍ଞୀ ।।

କେତେ ଯେ ଦୁଃର୍ଦ୍ଦିନ

      ଝଡ଼,ବତାସରେ

      ବତାସିଆ ପକ୍ଷୀ ପରି,

ଭାରତ ମାତାର

    ସେବା ବ୍ରତୀ ତୁମେ

     ଆଉକିଏ ତୁମ ସରି ।।

ଜାତୀ ଇତିହାସ

    ସୁଷମା ସ୍ବରାଜ

    ନାମ ସୁବର୍ଣ୍ଣ ଅକ୍ଷରେ,

ଅମୃତ ଫର୍ଦ୍ଦ ରେ

    ଲିପିବଦ୍ଧ ହେଲା

    ଚନ୍ଦ୍ର, ସୂର୍ଯ୍ୟ ଥିବା ଯାଏଁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational