STORYMIRROR

Sunanda Mohanty

Abstract

3  

Sunanda Mohanty

Abstract

ଶ୍ରଦ୍ଧା ସୁମନ

ଶ୍ରଦ୍ଧା ସୁମନ

1 min
11.8K

ଭକ୍ତି ଛଡା ଆଉ କଣ ଦେବି 

ସେଇ ଭକ୍ତି ଯଦି 

ମନ ଓ ଶରୀର ଦୁଇ ଫୁଲ ଗୁନ୍ଥି 

ପରଂବ୍ରହ୍ମ ପାଇଯିବି

ସଫଳତା ସହଯୋଗ ଓ ସୁଯୋଗ 

ପାଇକି ଜୀବନ ବିତେଇ ଦେବି 

ଶ୍ରଦ୍ଧା ର ସୁମନ 

ଭକ୍ତିର ଚନ୍ଦନ 

ପ୍ରେମର ନୈବେଦ୍ୟ 

ସ୍ନେହ ପରାକାଷ୍ଠା 

ମମତାର ସୁଗନ୍ଧ ଭିତରେ 

ପରଂବ୍ରହ୍ମ ନିଶ୍ଚେ ପାଇଯିବି

କଥା ନୁହେଁ ନଥା 

ଭକ୍ତି ଭାବ ନିବିଡ଼ତା 

ଅଶ୍ରୁଜଳେ ଧୋଇ 

ସ୍ନେହ ପଣତ ବିଛାଇ 

ବ୍ରହ୍ମ କମଳେ ପୁଜଇ 

ପରଂବ୍ରହ୍ମ ପାଇଯିବି

ବୋଧହୁଏ ମୋକ୍ଷ ଯିବି 

ପାପ କେତେ କଲି 

ପୂଣ୍ୟ ନଜାଣିଲି 

ଅବଶିଷ୍ଟ ଦିନ 

ତୁମ ସେବାରେ ମୋ ମନ

 ସଦିଚ୍ଛା ଭକ୍ତିରେ 

ନିଯୋଗ ଶକ୍ତିରେ 

ପରଂବ୍ରହ୍ମ ଦେଖିନେବି

ଏଇଠି ତ ପାପ 

ଏଇଠି ତ ପୂଣ୍ୟ 

କୁଆଡେ ଆଉ ମୁଁ ଯିବି


Rate this content
Log in

Similar oriya poem from Abstract