STORYMIRROR

Sunanda Mohanty

Abstract Romance Thriller

3  

Sunanda Mohanty

Abstract Romance Thriller

ଶ୍ରାବଣର ପ୍ରୀତିସ୍ପର୍ଶ

ଶ୍ରାବଣର ପ୍ରୀତିସ୍ପର୍ଶ

1 min
111


ଶ୍ରାବଣ ମାସରେ ସବୁଜ ପ୍ରୀତିସ୍ପର୍ଶ

ଗୁଳ୍ମ ପାଦପ ଲତା ବୃକ୍ଷ ସବୁଜ ହର୍ଷ

ଜଳ ତୃଷା ନିବାରଣେ ପଲ୍ଲବିତ ପୁଷ୍ପ

ଝିପି ଝିପି ବର୍ଷାରେ ପ୍ରୀତି ପିଆଲା ଉଷ୍ମ

ଟୋପା ଟୋପା ଋତୁବର୍ଣ୍ଣା ମାଗେ ପିୟୁଷ

ଶ୍ରାବଣ ମାସ ପ୍ରୀତିର ସ୍ପର୍ଶ ଉଲ୍ଲାସ

ତୁମେ ଯଦି ଡାକିଦିଅ ତୁମେ ବୋଲି

ଉକୁଟେ ମଧୁର ପ୍ରୀତିର ପୌଷ

ଶ୍ରାବଣ ସକାଳ ଭରେ ମଧୁମାସ

ଶ୍ରାବଣ ମଧ୍ୟାହ୍ନ ପ୍ରୀତିର ପଦ୍ମ ସରସ

ଶ୍ରାବଣ ସାୟାହ୍ନ ପ୍ରୀତିଗନ୍ଧା ପୁଷମାସ

ତୁମ ଆଖିରେ ଶ୍ରାବଣ କଜ୍ଜ୍ୱଳ ପରସ

ତୁମ ମଥାରେ ଶ୍ରାବଣ ପ୍ରୀତି ପିୟୁଷ

ତୁମ ଟିପଟିପ ଶବ୍ଦ ଗନ୍ଧରେ ପୌଷମାସ

ଶ୍ରାବଣରେ ପ୍ରୀତି ଶିବଙ୍କ ଭକ୍ତି ଉଆସ

ବୋଲବମ ଭକ୍ତ ପ୍ରୀତି ଭକ୍ତି ପଥେ ଆସ

ଶ୍ରାବଣର ପ୍ରୀତି ଭକ୍ତି ମାର୍ଗେ ବ୍ୟକ୍ତିର ବିଶ୍ୱାସ

ହର ହର ମହାଦେବଙ୍କର ଶ୍ରାବଣେ ଭକ୍ତି ରସ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract