ଶ୍ରାବଣ
ଶ୍ରାବଣ
ଶ୍ରାବଣର ପ୍ରଥମ ଦିନ
ମେଘରେ ଦେ ଦର୍ଶନ
ବରଷା ତୋ କୁଆଁରୀମନ
ବରଷି ଯାଆ ଧରାରେ ଶ୍ରାବଣ
ଗୁରୁପୂର୍ଣ୍ଣମୀ ଆଜି ବହନ
ବରଷି ଯାଆ ମେଘ ଭୁବନ
ତିନ୍ତି ତିନ୍ତାଇଦେ ଟୋପି ଚନ୍ଦନ
ବାଦଲ ଉହାଡେ ଲୁଚି ଜହ୍ନ
ବର୍ଷା ପାଣିରେ ମୁହଁ ଦେଖି ଉଛନ୍ନ ମନ
ଡ଼ଙ୍ଗା ଭଷାଇବାକୁ ମନ
ମନେ ପଡେ ସମସ୍ତଙ୍କ ପିଲାଦିନ
ବରଷା କାଳରେ ବେଙ୍ଗ ରଡି, ଆସେ ଝଡି
ଚଉକା ଚଉକା ପାଣିରେ ଡ଼ଙ୍ଗା
ବରଷା ବରଷେ ଜଳ ମହଙ୍ଗା
ଶ୍ରାବଣରେ କାଉଡ଼ିଆ ଭକ୍ତ
ମନୋବାଞ୍ଛା ପୁରଣେ ଶକ୍ତ
ଶ୍ରାବଣେ ଭିଜି ଜଳଶାୟୀ ଗମନ
ଶିବଙ୍କ ମୁଣ୍ଡେ ଢାଳି ଦର୍ଶନ
ଶ୍ରାବଣରେ ଜୀବନରେ ନଥାଉ କଷଣ
ଚାଷୀର କର୍ଷଣ ରୋପଣ ବେଉଷଣ
ଶ୍ରାବଣ ନେଇ ଆସିଛୁ ସ୍ୱାଦ ଜୀବନ
ସାଧବବୋହୁ ଆସି ଦେବ ଦର୍ଶନ
ଉଲ୍ଲସିତ ପରାଣ ମନ ।
