STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Inspirational

3  

ନାୟକ ଅକ୍ଷୟ ରାଜହସ୍ତୀ

Inspirational

ଶପଥ

ଶପଥ

1 min
237

ଶପଥ ନେଉଛୁ ଜନନୀ ଜଠରୁ ରଖିବା ଆମେ ମାନ ସମ୍ମାନ

ଜନନୀ ଜନ୍ମଭୂମି ଗୌରବ ରଖି ରଖାଇବା ଦେଇ ନିଜ ଜୀବନ

ଯେତେ ଝଡ଼ ଝଞ୍ଜା ଆସୁରେ ଆମେ ସମୁଖୀନ ହେବା ସାହlସେ

ଶତୃ ମୁଖେ କଳା ବୋଳି ତାର ଭେଳା ବୁଡ଼ାଇବା ଏକ ନିମିଷେ

କଡା ଜବାବ ଦେବା ରେ ସୂଚାଇ କଳା କୌଶଳ ଶକ୍ତି କେତେ

ଶତୃ ପକ୍ଷ ବୋମା ବନ୍ଧୁକ କମାଣ ଅକାମୀ କରିବା ଅଛି ଯେତେ

ଜଳ ସ୍ଥଳ ଶୂନ୍ୟ ସେନା ଆମ ଜାଗ୍ରତ ପ୍ରହରୀ ଚବିଶ ଘଣ୍ଟା

ଶିଳ୍ପ କୃଷି କ୍ଷେତ୍ରେ ପଛରେ ପଡିନୁ ଜବାବ୍ ଦେବୁ ଭିଡିକି ଅଣ୍ଟା

ଶାସ୍ତ୍ରୀଙ୍କ ବାଣୀ ଅକ୍ଷରେ ଅକ୍ଷରେ ପାଳନ କରୁଛୁ କରିବୁ ଆମ୍ଭେ

ଜୟ ଜବାନ ଜୟ କିଷାନ ଆମ ପ୍ରାତଃ ସ୍ମରଣୀୟ କହୁଛୁ ଦମ୍ଭେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational