ଶପଥ
ଶପଥ
ଶପଥ ନେଉଛୁ ଜନନୀ ଜଠରୁ ରଖିବା ଆମେ ମାନ ସମ୍ମାନ
ଜନନୀ ଜନ୍ମଭୂମି ଗୌରବ ରଖି ରଖାଇବା ଦେଇ ନିଜ ଜୀବନ
ଯେତେ ଝଡ଼ ଝଞ୍ଜା ଆସୁରେ ଆମେ ସମୁଖୀନ ହେବା ସାହlସେ
ଶତୃ ମୁଖେ କଳା ବୋଳି ତାର ଭେଳା ବୁଡ଼ାଇବା ଏକ ନିମିଷେ
କଡା ଜବାବ ଦେବା ରେ ସୂଚାଇ କଳା କୌଶଳ ଶକ୍ତି କେତେ
ଶତୃ ପକ୍ଷ ବୋମା ବନ୍ଧୁକ କମାଣ ଅକାମୀ କରିବା ଅଛି ଯେତେ
ଜଳ ସ୍ଥଳ ଶୂନ୍ୟ ସେନା ଆମ ଜାଗ୍ରତ ପ୍ରହରୀ ଚବିଶ ଘଣ୍ଟା
ଶିଳ୍ପ କୃଷି କ୍ଷେତ୍ରେ ପଛରେ ପଡିନୁ ଜବାବ୍ ଦେବୁ ଭିଡିକି ଅଣ୍ଟା
ଶାସ୍ତ୍ରୀଙ୍କ ବାଣୀ ଅକ୍ଷରେ ଅକ୍ଷରେ ପାଳନ କରୁଛୁ କରିବୁ ଆମ୍ଭେ
ଜୟ ଜବାନ ଜୟ କିଷାନ ଆମ ପ୍ରାତଃ ସ୍ମରଣୀୟ କହୁଛୁ ଦମ୍ଭେ ।
