ଶପଥ
ଶପଥ


ଆଗକୁ ହାତ ମୋର ବଢେଇ ଚାଲିଛି କିଛି ନେବି ଶପଥ
ସତେ କି କରି ପାରିବି କିଛି ପରିବର୍ତ୍ତନ ।
କିନ୍ତୁ ସମ୍ଭବ ନୁହେଁ କିଛି ଏକା କରିପାରେ
ଲୋଡା ଆଉ କିଛି ମନ
କିଛି ନୂତନତ୍ବର ଚିନ୍ତାଧାରା...
ମୋର ଏ ହାତ ଉପରେ ଥାପି ଦିଅ
ନୂଆ ନୂଆ ହାତ
ଏକ ହେବା , ଶପଥ ନେଇ ଆଗେଇବା ...
ଗଠାନାତ୍ମକ ଚିନ୍ତାକୁ ଆଗେଇବା
ସତ୍ୟକୁ ଭଲ ପାଇବା...
ଅହିଂସାକୁ ନିଜର କରି
ଗାନ୍ଧୀଙ୍କ ରାମରାଜ୍ୟ ଗଢିଦେବା ....
ଅନ୍ୟାୟକୁ ନେଇ ଫିଙ୍ଗି ଦେବା କେଉଁ ଏକ&nbs
p;ଅଳିଆ ଗଦାରେ ।
ସଭିଙ୍କ ଥାଳିରେ ପରସିଦେବା ଖୁସିର ତିଅଣ
ଜୀବନର ସ୍ଵାଦରେ ଭରିଦେବା ଖୁସିର ସ୍ଵାଦ .....।
କି ଗରିବ କି ଧନୀ ସଭିଏଁ ଆଗେଇବା
ଉନ୍ନତିର ଚିନ୍ତାରେ ..
କିଛି ନୂତନ ଗଢ଼ିବା ଆଶାରେ .....।
ଭାଙ୍ଗିବାଟା ତ ଭାରି ସହଜ
ଅତି ସହଜରେ ଚୂର୍ ମାର ହୋଇ ପାରେ ସବୁ ....
ବାସ୍ କଷ୍ଟଟା ତ କିଛି ଗଢ଼ିବା ....
ଆଜି ଶପଥ ନେବା କିଛି ଗଢିବାରେ ....।
ନିଆରା ଉନ୍ନତ ଏକ ଅଞ୍ଚଳ , ରାଜ୍ୟ , ଦେଶକୁ ଗଢିଦେବ ଆମ ଶପଥ ...।