ଶପଥ ପାଠ
ଶପଥ ପାଠ
ଦୁର୍ନୀତିମୁକ୍ତ ଭାରତ ପାଇଁ ଶପଥପାଠ
ଆସରେ ଆସ ଭାଇ ଭଉଣୀ
ନେବା ଆମେ ଆଜି ଶପଥ
ଦୁର୍ନୀତିମୁକ୍ତ ଭାରତ ପାଇଁ
ଖୋଜିବା ଆମେ ସୁପଥ ।
ଲାଞ୍ଚ ଆମେ ନେବା ନାହିଁ
ଲାଞ୍ଚ ଆମେ ଦେବା ନାହିଁ
ଲାଞ୍ଚ ନେବାର ଦେଖିବାନି
ଶୁଣିଲେ ଗୋପନ ରଖିବାନି ।
ପରପିଢୀ ଆମ ଭଲ ହୁଅନ୍ତୁ
ଆମଠାରୁ ଭଲ କଥା ଶିଖନ୍ତୁ
ରାମରାଇଜ ଗଢିବା ପାଇଁ
ପ୍ରଭୂ ସଭିଙ୍କୁ ବର ଦିଅନ୍ତୁ ।
ଆସରେ ଆସ ଭଉଣୀ ଭାଇ
ଦୄଢପ୍ରତିଜ୍ଞା କରିବା ସର୍ବେ
ଦୁର୍ନୀତିକୁ ଦୂର କରିବା ପାଇଁ
ଯୋଜନା କରିବା ଏବେ ॥
