STORYMIRROR

Sunanda Mohanty

Abstract Inspirational Thriller

3  

Sunanda Mohanty

Abstract Inspirational Thriller

ଶପଥ ହେଉ

ଶପଥ ହେଉ

1 min
133


କଢି ଟିଏ ହୋଇ ବାସ୍ନା ଛୁଟାଇ ଦେବା

ବଢ଼ି ହୋଇ ଅସ୍ୱଚ୍ଛ ହଟେଇ ନେବା

ଜଙ୍ଗଲ ହୋଇ ବୃକ୍ଷ ଲତା ସାଇତିବା

ଜଙ୍ଗଲୀ ପଶୁଙ୍କୁ ବାଜି ଜମା ନଲଗେଇବା

ସେଇଥି ପାଇଁ ପ୍ରଭୁ ସମୁଦ୍ର ମନ୍ଥନ କାଳରେ

ନେଇଗଲେ ଘୋଡା ନାମ ଉଚେଇଶ୍ରବା

ଡାଇନୋସର ପରି ହସ୍ତୀ ଯିବେ ମରି ବାନ୍ଧି ନରଖିବା

ସେଇଥିପାଇଁ ଐରାବତ ହସ୍ତୀ ନେଇଗଲେ ପ୍ରଭୁ

ଆଉ କି କେବେ ଫେରି ପାଇବା

ଗଛ ଟିଏ ହୋଇ ଫୁଲ ଫଳ ଢାଳି

ଛାଇ ଟିକିଏ ପଥିକ ଭାଇକୁ ଦେବା

ନଇଲେ ପାରିଜାତ ପରି ଧବଳ ଟଗର କନିଅର ନପାଇବା

ଝିଅଙ୍କୁ ଫୁଲପରି ରଖି ପାଠ ଶାଠ ଦେଇ ବିଭାକରାଇବା

ଝିଅ ଅଟେ ଲଷ୍ମୀ ଯିଏ ନେବ ବରି ସାବଧାନ କରିଥିବା

ଧର୍ଷଣ କଷଣ ଦେଲେ ଅପମାନ ଲଷ୍ମୀଙ୍କୁ ଆଉ ନପାଇବା

ସୂର୍ଯ୍ୟ ସମ ହୋଇ ଦିନକୁ ଆଲୋକିତ କରିଦେବା

ଚନ୍ଦ୍ର ସରି ହୋଇ ଜୋଛନା ଢାଳିଦେଇ ଶୀତଳତା ଭରୁଥିବା

କେହି କହିବେନି ମଣିଷ ଅସୁର ପରାଭାବ ପାଉଥିବା

ନିତୀ ନିୟମ ସଂସ୍କୃତି ଆପଣାଇ ଦେଶ ଜାତି କର୍ଣ୍ଣଧାର ହେବା

ମଣିଷ ଭିତରେ ମଣିଷପଣିଆ ଦେଖାଇ ସ୍ୱର୍ଗକୁ ଏଥର ଯିବା

ଦେବତା ରାକ୍ଷସ ଲଢେଇରେ ଆମେ ବଳବାନ ବୋଲାଇବା

ପୁଣି ଫୁଟିବ ପାରିଜାତ ଐରାବତ ଉଚେଇଶ୍ରବା ଆମେଦେଖିବା

ଘରଣୀଙ୍କୁ ମଣି ଲଷ୍ମୀ ସାଆନ୍ତାଣୀ ପରସ୍ପର ମହକ ଦେବା

ଅମୃତ ନମିଳିଲେ ନାହିଁ ସର୍ତ୍ତ ଓ ସ୍ୱାର୍ଥ ଉର୍ଦ୍ଧରେ ରହିଥିବା

ଦେବତା ନହେଲେ ଦାନବ ନୁହଁ ଭଲମଣିଷ ବୋଲାଇବା ।


Rate this content
Log in

Similar oriya poem from Abstract