STORYMIRROR

Gangotri Priyadarshini

Inspirational

4  

Gangotri Priyadarshini

Inspirational

ଶୋଷଣର ଶହେ ବର୍ଷ

ଶୋଷଣର ଶହେ ବର୍ଷ

1 min
21


ଶୋଷଣର ଶହେ ବର୍ଷ

କଷଣର ଶହେ ବର୍ଷ

ବହୁତ ହେଲା ସହି ସହି

ଏବେ କଣ କରିବା ଦିଅ କହି ....


ମୁଣ୍ଡ ପାତି ନିରବରେ ସହିବା କି

ମିଳି ମିଶି ସ୍ୱର ଉତ୍ତୋଳନ କରିବା କି

ପଇସାଏ ହେଉ ପଛେ କଷ୍ଟଲବ୍ଧ ଆମର

ଠକି ଠକି ଖାଇବାକୁ ସାହସ ହେବ କାହାର ....


ପାଞ୍ଚ ଟଙ୍କାର ଅଉଷଧ ପାଞ୍ଚଶହ ନେଇ ବିକ

ବଢୁ ଯେତେ ଆମ ରୋଗ ଦଉନ କାହିଁ ଜେନେରିକ

ଶୋଷଣର ବର୍ଷ ଶହେ

କେତେ କଷଣ କଥା କହେ....


ଯୁଆଡେ ଯିବା 

ଦଲାଲ ଚରିତ୍ରଙ୍କୁ ସାମ୍ନା କରିବା

ଏମାନେ ଈଶ୍ୱରଙ୍କ ଠାରୁ କିଛି କମ ନୁହନ୍ତି

ସବୁ କାର୍ଯ୍ୟେ ଦକ୍ଷ ତାଙ୍କୁ ସର୍ବେ ଡରନ୍ତି ....


ଶିକ୍ଷା ହେଉ ସ୍ୱାସ୍ଥ୍ୟ ହେଉ

ସରକାରୀ କି ବେସରକାରୀ ସଂସ୍ଥା

ଉପୁରି ସପୁରୀ ଦେଇ ସହଜ ବ୍ୟବସ୍ଥା

ଖଟିଖିଆ ମଜୁରିଆ

ନିମ୍ନ ମଧ୍ୟବିତ୍ତ ବର୍ଗେ

ଝୁଣି ଝୁଣି ଖାଇଯାନ୍ତି

ସଭିଏଁ ସଗର୍ବେ ....


ଡର ନାହିଁ ଭୟ ନାହିଁ ଉପରବାଲାଙ୍କୁ

ଶୋଷି ଶୋଷି ଜୋକ ପ୍ରାୟ ମୁହଁ ଟାଣ ତାଙ୍କ

ଡର ଟିକେ ରହୁ ଶେଷ ସମୟକୁ

କ୍ଷାନ୍ତ ହେଇ ବନ୍ଦ କର ଏହି ଶୋଷଣକୁ ........



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational