STORYMIRROR

Baijayantimala Rout

Fantasy

4  

Baijayantimala Rout

Fantasy

ଶୋଇଯା ମୋର କଳାମାଣିକ

ଶୋଇଯା ମୋର କଳାମାଣିକ

1 min
21.9K

ମୋ ନିଦ ନେଇ ତୁ ଶୋଇଯାଆ

କଳାମାଣିକ ମୋର,

ସପନ କେତେ ଭରିଛି ସତେ

ଆଖି ପଲକେ ତୋର।

ନିଦ ମାଉସୀ ଦବ ଆଉଁସି

ଦୁଇ ଆଖିକୁ ତୋର,

ତୋ ପାଇଁ ମୁହିଁ ରହିବି ଚେଇଁ

ସାରା ଜୀବନ ମୋର।

ପଣତ ତଳେ ରଖିବି ତୋତେ

ବାଜିବ ନାହିଁ ଖରା,

ଜହ୍ନ ରାଇଜେ ବୁଲେଇ ନେବି

ଦେଖିବୁ କେତେ ତାରା।

ସପନ ତୋର କରିବି ପୁରା

ଜୀବନ ମୋର ଦେଇ,

ଜୀବନେ ତୋର ଭରିବି ସୁଖ

ସଂସାରେ ଲଢି ମୁଁହି।

ଛାତିରୁ ମୋର ନିଗାଡି ରକ୍ତ

ଗଢିବି ତୋତେ ଧନ,

ତୋ ସୁଖ ଦେଖି ତୋ ଖୁସି ଦେଖି

ପୁରିଯିବ ମୋ ମନ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy