Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Inspirational

3  

Chittaranjan Nanda

Inspirational

ଶୋଇବାର ବେଳ ଇଏ ନୁହେଁ

ଶୋଇବାର ବେଳ ଇଏ ନୁହେଁ

1 min
172


ପ୍ରାଣବଳି ଦ୍ୱାରା ସ୍ୱାଧୀନ ମାଟିର ତ୍ରିରଙ୍ଗା ଉଡୁଛି

ସାର୍ବଭୌମିକତା ସ୍ୱାଧୀନତା ଆମ ଗୈାରବ

ଏକତାର ମନ୍ତ୍ର ଧରି ପାଳନ କରୁଛୁ ସ୍ୱାଧୀନ ଦିବସ

 ଦେଶର ସମ୍ମାନ ସ୍ୱାଧୀନତା ଆମ ବିଭବ |୧|


କଅଣ କହିବା ରାଜ୍ୟରେ ଚାଲଇ ଶାସନ ଋଣ 

କରି ମିଳଇ ଟଂକିକିଆ ଚାଉଳ ରେସନ

ବିଚାର ଚାଲୁଛି ବିଳମ୍ବେ କୋର୍ଟରେ ଓ ନୋଟରେ 

ଚାଲିଛି ଗଣତନ୍ତ୍ର ରାଜନୀତି ଶାସନ |୨|


କଥାରେ କୁହନ୍ତି ନେତାଏ ଆପଣଙ୍କ ପାଇଁ ଏଇ 

ଶରୀର ଓ ଦେଇଛି ମୋର ଜୀବନ

ମିଠା ପ୍ରତିଶ୍ରୁତି ଶୁଣି ଭୋଟର ଦେହ ଓ ମନରେ

ହେଉଛି ଖାଲି ମିଥ୍ୟା ଅନୁଭୂତିର ସ୍ପନ୍ଦନ |୩|


ମିଛ ପ୍ରତିଶ୍ରୁତି ବିଷରେ ବିଷାକ୍ତ ହୋଇଛି ଆମର

ସଭ୍ୟତା କ୍ରାନ୍ତିର ଡୋର ଟାଣିବ କିଏ  

ଜାତି ଧରମ ନାମେ ଭେଦଭାବ ଅଶାନ୍ତ ଅନଳେ ଜଳୁଛି 

ସମାଜ କ୍ରାନ୍ତିର ପତାକା ଟେକିବ କିଏ ? |୪|


ଜାଣୁଛେ ଦୁର୍ନୀତି ଶୋଷଣ ବିରୁଦ୍ଧେ ସମାଜରେ ତ

ଦରକାର କ୍ରାନ୍ତି ଶାନ୍ତି ହାସଲ ପାଇଁ

ବିବେକ ବିକ୍ରି କରି କ୍ଷମତାଧାରୀ ଶୋଷକର ଦଲାଲ

ସାଜିଛେ କ୍ରାନ୍ତିର ପଥ କେମିତି ଆଣିବା ଭାଇ |୫|

 

ଦେଶର ବ୍ୟବସ୍ଥା ଅବସ୍ଥା ଅତି ଶୋଚନୀୟ ପୁଂଜିପତି 

ହାତରେ ଦେଶର ସର୍ବସ୍ୱ ରହେ

ତ୍ରିରଙ୍ଗା ଧରି ଉଠରେ ସମସ୍ତେ ମଠ କର ନାହିଁ କର 

ଗଣ ଆନ୍ଦୋଳନ ଶୋଇବାର ବେଳ ଇଏ ନୁହେଁ ? |୬|



Rate this content
Log in

Similar oriya poem from Inspirational