Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Action Classics Inspirational

3  

Sunanda Mohanty

Action Classics Inspirational

ଶକ୍ତିମୟୀ ଦିଅ ଆଶିଷ

ଶକ୍ତିମୟୀ ଦିଅ ଆଶିଷ

1 min
162


ଜୀବନର ଡଙ୍ଗା ଗଡିଚାଲେ

ଦୁର୍ଗାଙ୍କ ଶକ୍ତି ଦେଲେ ମାତେ

ବିଶ୍ୱାସ ଭରସାରେ ଚାଲୁଥିଲେ 

ସାଥେ ସାଥେ ।


ବିପଦ ଆପଦ ନଥାଏ ଥିଲେ 

ହାତରେ ହାତେ

ବିଭବ ବୈଭବ କିବା ଲୋଡ଼ା 

ଜୀବନ ପଥେ ।


ଭରସା ଚକରେ ବିଶ୍ୱାସ ପଥରେ 

ଗଡେ ଯଦି ରଥେ

ଦୁର୍ଗାଙ୍କ ଆଶୀର୍ବାଦ ଓ ପିତୃପୁରୁଷଙ୍କ 

ହାତ ରହେ ମାଥେ ।


ପଥ ଅନୁସରି କର୍ତ୍ତବ୍ୟ କରି ଚାଲୁଥିଲେ 

କରି ଶପଥେ

ଜୀବନ ନଉକା ବାହୁଥିବ ପଥେ 

ନଥିବ ଅଶ୍ଵସ୍ଥେ ।


ଦେଵୀ ଦୁର୍ଗା ପୂଜା କରିବା ପାର୍ବଣ 

ଆସିଛି ମରତେ

ନବଦିନବ୍ୟାପୀ ବିଧି ଓ ବିଧାନ କରି 

ବରଦାନ ପ୍ରାପ୍ତେ ।


ମନ ଓ ହୃଦୟ ନିର୍ମଳ ରଖିଲେ 

ଦୁଇ କୂଳକୁ ହିତେ 

ବିଶ୍ୱାସ ଡଙ୍ଗାରେ ଉଶ୍ୱାସେ ନାଉରୀ 

କାତ ଧରିଥାଏ ହସ୍ତେ ।


Rate this content
Log in

Similar oriya poem from Action