Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Mishra

Abstract Action Classics

3  

Debabrata Mishra

Abstract Action Classics

ତୋତେ ବଞ୍ଚିବାକୁ ହେବ

ତୋତେ ବଞ୍ଚିବାକୁ ହେବ

1 min
195


ତାତ୍ସଲ୍ଯର ଶବ୍ଦମାଳକୁ ପିନ୍ଧିବାକୁ ହେବ

ଅପମାନ ବିଷ ତୋତେ ପିଇବାକୁ ହେବ

ଆତ୍ମସମ୍ମାନ ପାଇଁ ବାବୁ ଲଢିବାକୁ ହେବ

ଲୁହକୁ ସାଇତି ରଖିଥାରେ ମୁକ୍ତା ସଜାଇବୁ

ଜୀବନ ଦେଖିବୁ ତ ତୋତେ ବଞ୍ଚିବାକୁ ହେବ ।


ଜୀବନ ତୋ' ପ୍ରତି ସର୍ବଦା ନିଷ୍ଠୁର ସାଜିବ

ମିଛ ହସ ବର୍ଷାରେ ଜାଣେ ଭିଜିବାକୁ ହେବ

ଯେତେ ସରଳ ହେବୁ ସେତେ ଜଟିଳ ଦିଶିବ

ଦୁଃଖକୁ କରିଦେ ତୁ' ସଞ୍ଜିବନୀ ଜୀବନର

ଲୁଚାଇଦେ ମନ, ରୂପ ଦେଖାଇବାକୁ ହେବ ।


ମଶାଣିର ଅନୁଭବେ ଭଜନ ଗାଇବାକୁ ହେବ

ଈଶ୍ବର ଭୁଲିଲେ ବି ପ୍ରାର୍ଥନା କରିବାକୁ ହେବ

କ୍ରନ୍ଦନ ନୀରବି ଯାଇ ଓଠ ହସିବାକୁ ହେବ

ମନୁଷ୍ଯ ଟେ ଛାର ଇଛାର କ୍ରୀତଦାସ ତୁହିରେ

ବାସ୍ତବେ ପ୍ରତିକ୍ଷଣେ ତୋତେ ମରିବାକୁ ହେବ ।


ଅନ୍ୟ ସୁଖ ପାଇଁ ତୁ ହସିବୁ ତୋ' ଜୀବନ କଟିବ

ତୋତେ ଦେଖି ଏ ମାଟି, ଆକାଶ ବହୁତ କାନ୍ଦିବ

ଯନ୍ତ୍ରଣା ତୋର ସାଥେସାଥେ ଏମିତି ଚାଲିଥିବ

ଦୀର୍ଘପଥ ଅପେକ୍ଷାରେ ରହିଛି ଜୀବନ ଶବ

ହୁତୁହୁତୁ ହୋଇ ତୋତେ ବାବୁ ଜଳିବାକୁ ହେବ । 


Rate this content
Log in