STORYMIRROR

Akshayakumar Dash

Inspirational

3  

Akshayakumar Dash

Inspirational

ଶକ୍ତି(ସଫଳତା)

ଶକ୍ତି(ସଫଳତା)

1 min
259

ପାହାଡ଼ ଉପରେ କୃଷକର କ୍ଷେତ

ଥକା ମେଣ୍ଟାଏ ପଥର ଉପରେ ବସି

ସବୁଜିମା ପରିବେଶ

ମକା ବାଜରା ଚାଷ

ଦୁରୁଦେଖେ କିଶୋରୀଟି

ଦୃଗମ ପଥରେ ଚଢି

ଉପରକୁ ଆସେ

ନଥିଲାବି ଏକା

ପିଠିରେ ତା ଭାଇ ଲଦିହୋଇ 

ନଇଁ ହୋଇ ଧୀରେ ଧୀରେ 

ପାହାଡ଼ ଚଢଇ।

କୃଷକର ଦୃଷ୍ଟି ଗଲା ଛୁଇଁ

ପଚାରିଲା, କାହିଁପାଇଁ

ପାହାଡ଼ ଚଢୁଛ

ବାଳିକାର ସ୍ୱର ଏହିମୋର ଭାଇ

ପୁନଃ ପଚାରିଲା

ଏକାସ୍ୱର ମୋର ଇଏ ଭାଇ

ଚଢ଼ି ଚଢି ପାହାଡ଼ ଶିଖରେ

ବାଳିକାର ନିକଟକୁ ଯାଇଁ

ପୁନଃ ବି ପଚାରେ

କିଏତୁରେ ଦୃଗମ ପଥରେ

ଏକସ୍ୱର, ଇଏମୋର ଭାଇ ।

ଏବେ ବୁଝି ପାରିଲା କୃଷକ

ବୋଝ ଯେତେ ଭାରି ଥିଲେବି

ଉଠେଇବା ନିଜ ଲୋକପାଇଁ

ଶକ୍ତି ଆସେ ସଫଳତା ପାଇଁ

ମନ ଦେଇ କରିବାକୁ ପଡେ

ବାଳିକାର ଗୋଟିଏ ଉତ୍ତର ଥିଲା

ଇଏ ମୋର୍ ଭାଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Inspirational