ଶକ୍ତି(ସଫଳତା)
ଶକ୍ତି(ସଫଳତା)


ପାହାଡ଼ ଉପରେ କୃଷକର କ୍ଷେତ
ଥକା ମେଣ୍ଟାଏ ପଥର ଉପରେ ବସି
ସବୁଜିମା ପରିବେଶ
ମକା ବାଜରା ଚାଷ
ଦୁରୁଦେଖେ କିଶୋରୀଟି
ଦୃଗମ ପଥରେ ଚଢି
ଉପରକୁ ଆସେ
ନଥିଲାବି ଏକା
ପିଠିରେ ତା ଭାଇ ଲଦିହୋଇ
ନଇଁ ହୋଇ ଧୀରେ ଧୀରେ
ପାହାଡ଼ ଚଢଇ।
କୃଷକର ଦୃଷ୍ଟି ଗଲା ଛୁଇଁ
ପଚାରିଲା, କାହିଁପାଇଁ
ପାହାଡ଼ ଚଢୁଛ
ବାଳିକାର ସ୍ୱର ଏହିମୋର ଭାଇ
ପୁନଃ ପଚାରିଲା
ଏକାସ୍ୱର ମୋର ଇଏ ଭାଇ
ଚଢ଼ି ଚଢି ପାହାଡ଼ ଶିଖରେ
ବାଳିକାର ନିକଟକୁ ଯାଇଁ
ପୁନଃ ବି ପଚାରେ
କିଏତୁରେ ଦୃଗମ ପଥରେ
ଏକସ୍ୱର, ଇଏମୋର ଭାଇ ।
ଏବେ ବୁଝି ପାରିଲା କୃଷକ
ବୋଝ ଯେତେ ଭାରି ଥିଲେବି
ଉଠେଇବା ନିଜ ଲୋକପାଇଁ
ଶକ୍ତି ଆସେ ସଫଳତା ପାଇଁ
ମନ ଦେଇ କରିବାକୁ ପଡେ
ବାଳିକାର ଗୋଟିଏ ଉତ୍ତର ଥିଲା
ଇଏ ମୋର୍ ଭାଇ।