Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Classics Inspirational Thriller

3  

Sunanda Mohanty

Classics Inspirational Thriller

ଶକ୍ତି ପ୍ରଦାୟିନୀ

ଶକ୍ତି ପ୍ରଦାୟିନୀ

1 min
116



ଶକ୍ତି ସ୍ୱରୁପିଣୀ ଦୁର୍ଗତି ନାଶିନୀ

କେ ପାରିବ କଳନା କରି

କଲ୍ୟାଣମୟୀ ଅଭୟ ବରଦାୟୀ

ଆସ ମାଆ ଅବତରି ।


ସିଂହବାହିନୀ ମାଆ କାତ୍ୟାୟନୀ

ତୁମ ଶକ୍ତି ଦିଅ ପ୍ରସାରି

ଜଗତକଲ୍ୟାଣୀ ଶକ୍ତି ପ୍ରଦାୟିନୀ

କୃପା ବାରିଧି ବରଷି ଅମୃତ ବାରି ।


ତବ ପଦଯୁଗଳ ବନ୍ଦିବାକୁ ନର ଛାର

ମାଗୁଛି ଆଶିଷ ବାରି

କି ରୂପେ ବନ୍ଦିବି କି ସୁତ୍ରେ ବାନ୍ଧିବି

ପକାଇଯାଅ ତବ ସାତଫେରି ।


ନବଦିନ ବ୍ୟାପି ଶକ୍ତି ପ୍ରଦାୟିନୀ ମାଗୋ

କସ୍ତୁରୀ ଚନ୍ଦନେ ଭରି

ତୋରଣ ଦେଖି ମୁଗ୍ଧ ଜନନୀ ମାଗୋ

ସତ୍ୟ ସନାତନ ମହିମା ଆବୋରି ।


କଲ୍ୟାଣ କରି ଅସୁର ସଂହାରି ମାଗୋ

ଅମୃତ ମଣୋହି ଭାରେ ସ୍ମରି

ଜୟ ମାଆ ଦୁର୍ଗା ଦୁର୍ଗତିନାସିନୀ ମାଗୋ

ଜୀବନ ଅମୃତ କଳସ ଦିଅ ଭରି ।


Rate this content
Log in

Similar oriya poem from Classics