STORYMIRROR

Krushna Chandra Lenka

Classics Inspirational Children

4  

Krushna Chandra Lenka

Classics Inspirational Children

ଶିଶୁଟିଏ ମୁଁ ଯେ ଶିଶୁଟିଏ

ଶିଶୁଟିଏ ମୁଁ ଯେ ଶିଶୁଟିଏ

1 min
409

ଶିଶୁଟିଏ ମୁଁ ଯେ ଶିଶୁଟିଏ

କୋମଳ କୁସୁମ କଢଟିଏ

ମୋର ମୁଖ ଥରେ ଚାହିଁ ଦେଲେ ତମେ

ଖୋଲିଯିବ ହସ ପେଡିଟିଏ।


ଶିଶୁଟିଏ ମୁଁ ଯେ ଶିଶୁଟିଏ

କୁହୁକ ବନର ପିକଟିଏ

ମୋର ସୁମଧୁର ଗୀତ ଶୁଣି ଜନେ

କହନ୍ତି ସୁନ୍ଦର କଣ୍ଠଟିଏ।


ଶିଶୁଟିଏ ମୁଁ ଯେ ଶିଶୁଟିଏ

ମନଲୋଭା ଦୃଶ୍ୟ ଛବିଟିଏ

ମୋର ରଙ୍ଗ ରୂପ ତୋଷେ ପ୍ରାଣୀ ମନ

ଦୁଃଖେ ଥାଉ ପଛେ ଯେତେ ଯିଏ।


ଶିଶୁଟିଏ ମୁଁ ଯେ ଶିଶୁଟିଏ

ଅମୃତ ପରଶ ମଣିଟିଏ

କୋମଳ ହାତେ ମୁଁ ଛୁଇଁ ଦେଲେ ତିଳେ

ଶୋକ ମନେ ପ୍ରାଣ ଭରିଯାଏ।


ଶିଶୁଟିଏ ମୁଁ ଯେ ଶିଶୁଟିଏ

ଭୟ ଦେଖାଇଲେ ଡରିଯାଏ

ମୋର ମନେ ଉଙ୍କି ଉଠୁଥିବା କଥା

ସେପାଇଁ ଭୟେ ମୁଁ ଚାପିଦିଏ।


ଶିଶୁଟିଏ ମୁଁ ଯେ ଶିଶୁଟିଏ

ସବୁରି ପରାଣ ଛୁଇଁନିଏ

ସେନେହ ଆଦରେ କୋଳାଇଲେ ମତେ

ସଙ୍ଗେ ସଙ୍ଗେ ଆପଣାର ହୁଏ

ଶିଶୁଟିଏ ମୁଁ ଯେ ଶିଶୁଟିଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics